ଘରେ ଲାଉ ଅଛି କି: ତିଆରି କରି ପିଅନ୍ତୁ ଜୁସ… ମିଳିବ ଅନେକ ସମସ୍ୟାରୁ ମୁକ୍ତି , ଓଜନ ବି କମିବ

ଜୀବନଚର୍ଯ୍ୟା

ଲାଉ ଶରୀର ପାଇଁ ବହୁତ ଉପକାରୀ।ଆପଣ ମାନେ ଲାଉକୁ ସାଧାରଣତଃ ଖାଦ୍ୟରେ ବ୍ୟବହାର କରିଥାନ୍ତି। ଏହା ସହିତ ଲାଉରେ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି। କିନ୍ତୁ ଲାଉରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଥିବାରୁ ଶରୀରକୁ ସୁସ୍ଥ ରଖିଥାଏ।

ଲାଉ ଜୁସ ଫାଇବରରେ ପରିପୂର୍ଣ୍ଣ ଏବଂ ଏଥିରେ କ୍ୟାଲୋରୀ ବହୁତ କମ୍ ଥାଏ । ଏହା ଶରୀରକୁ ଡିଟକ୍ସ କରେ ଏବଂ ଭୋକକୁ ନିୟନ୍ତ୍ରଣ କରେ, ଯାହା ଫଳରେ ଓଜନ ନିୟନ୍ତ୍ରଣରେ ରହେ।

ଯେଉଁମାନଙ୍କୁ ଗ୍ୟାସ ଜଳନ ଭଳି ସମସ୍ୟା ରହିଥାଏ ଏବଂ ପେଟରେ ଅଲସର ହୋଇଥାଏ ସେମାନଙ୍କ ପାଇଁ ଏହା ଅଧିକ ପ୍ରଭାବଶାଳି ହୋଇଥାଏ । ଆପଣଙ୍କୁ ପରିସ୍ରା ଇଂଫେକସ ଥିଲେ ଲାଉ ଜୁସ ତାହାକୁ କମ କରାଇଥାଏ

ଆଜିକାଲି ହୃଦ୍ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳୁଛି। ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେଣ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର

ଲାଉର ଜୁସ୍ ତିଆରି କରିବା ପାଇଁ ସବୁଠାରୁ ପ୍ରଥମେ ତା’ର ଚୋପା କାଢିନେଇ ତାକୁ ଭଲ ଭାବେ ଧୋଇନିଅନ୍ତୁ । ବର୍ତ୍ତମାନ ଲାଉକୁ ଛୋଟ ଛୋଟ କରି କାଟନ୍ତୁ । କଟା ଯାଇଥିବା ଲାଉକୁ ପୋଦିନା ପତ୍ର ସହ ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଜୁସରେ କଳା ଲୁଣ, ଗୋଲମରିଚ ପାଉଡର ଏବଂ ଲୁଣ ପକାଇ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *