ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି

Top Storise ରାଜ୍ୟ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି କ୍ଷେତ୍ର। ବିଜେପି ପରେ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥିନୀ କରିଛି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁରେ ମୋହର ମାରିଛନ୍ତି। ଏନେଇ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି।

ଗତକାଲି ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ଘୋଷଣା କରିଥିଲା। ଖୁବ୍ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ପରେ। ରେସରେ ଆଗରେ ଅଛନ୍ତି କିଶୋର ପଟେଲ ।

କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗରରେ ଉପନିର୍ବାଚନ ହେଉଛି। ମେ ୩୧ ତାରିଖରେ ଭୋଟ ପଡ଼ିବ। ଜୁନ ୩ ତାରିଖରେ ଗଣତି ହେବା। ମେ ୧୧ ତାରିଖ ପ୍ରାର୍ଥପତ୍ର ଦାଖଲର ଶେଷ ଦିନ ରହିଛି।

Leave a Reply

Your email address will not be published. Required fields are marked *