ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ଅସ୍ତ୍ରଶସ୍ତ

Top Storise ରାଜ୍ୟ

କୋରାପୁଟ: ଛାତ୍ରଛାତ୍ରୀଙ୍କ ହାତରେ ବିଏସ୍ଏଫ୍ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ର। କାହା ହାତରେ ମେସିନ୍ ଗନ୍ ତ, କାହା ହାତରେ ଲେଜର ଗନ୍ ଓ ପିସ୍ତଲ। ଆଇଇଡି ଡିଟେକ୍ଟର, ବାଇନା କୁଲାର, ଏକେ ଫଟିସେଭେନ୍ ଗନ୍, ରକେଟ ଲଞ୍ଚର ପ୍ରଭୃତି ହାତରେ ପାଇ ଖୁସି ହୋଇଗଲେ ଛାତ୍ରଛାତ୍ରୀ। ତେବେ ଅଚାନକ ନୁହେଁ ବିଏସ୍‌ଏଫ୍ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ହାତରେ ଏହି ହତିଆର ଧରାଇଛନ୍ତି। ଏଥିସହ ଶିଖାଇଛନ୍ତି ଏହା କିପରି ବ୍ୟବାହାର ହୋଇଥାଏ। କେଉଁ ବନ୍ଧୁକରେ କେତେ ଗୁଳି ଥାଏ ଓ ଗୁଳି କିପରି ମାରିବାକୁ ପଡ଼ିଥାଏ। ହାତ ମୁଠାରେ ବିଏସ୍ଏଫ୍‌ର ଅତ୍ୟାଧୁନିକ ହତିଆର ପାଇ ଏହାର ଅନୁଭବ ନେବା ନିମନ୍ତେ ଆଜି କୋରାପୁଟର ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ ମହାବିଦ୍ୟାଳୟରେ ଜମିଥିଲା ପ୍ରବଳ ଭିଡ।

କାରଣ ବିଏସ୍ଏଫ୍ କୋରାପୁଟ ଦ୍ୱାରା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ସହ ପ୍ରେରଣା ଏବଂ ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଏସଏଫ୍ କମାଣ୍ଡାଣ୍ଟ ଟି. ଏନ୍.ଏସ.ରେଡ୍ଡୀ ବିଏସ୍ଏଫ୍ ସଶସ୍ତ୍ର ବାହିନୀ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ। ଦେଶ ମାତୃକାର ସେବା କରିବା ବେଳେ ଏହି ଅସ୍ତ୍ରଶସ୍ତ୍ର କିପରି ବ୍ୟବହାର ହୋଇଥାଏ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଦର୍ଶନୀରେ ହତିଆରଗୁଡ଼ିକର ବିଶେଷତ୍ୱ ବୁଝିଥିଲେ।

ଏନେଇ ଟି. ଏନ୍.ଏସ. ରେଡ୍ଡୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କୁ ଦେଶ ମାତୃକାର ସେବା ନିମନ୍ତେ ଉତ୍ସାହିତ କରିବା। ଯୁବ ବର୍ଗ ଭିତରେ ବିଏଫ୍‌ରେ ଯୋଗଦେବାକୁ ବିଶେଷ ଉତ୍ସାହ ରହିଥାଏ। ହେଲେ ଅନେକ ପିଲା ଏ ବିଷୟରେ ଜାଣି ପାରୁ ନ ଥିବାରୁ ବିଏସ୍‌ଏଫ୍‌ରେ ଯୋଗଦେଇପାରୁନାହାନ୍ତି। ତେଣୁ ସମସ୍ତଙ୍କୁ ସଚେତନ କରିବା ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଠାରେ ପ୍ରାୟ ୨୫୦ କଲେଜ ଛାତ୍ରଛାତ୍ରୀଙ୍କୁ ବିଏସ୍‌ଏଫ୍‌ରେ ଭର୍ତ୍ତି ହେବା ନିମନ୍ତେ ଥିବା ସୁଯୋଗ ବିଷୟରେ ବିସ୍ତୃତ ବୁଝାଇ ଦିଆଯାଇଥିଲା। ବିଏସ୍‌ଏଫ୍ ବ୍ୟବହାର କରୁଥିବା ହତିଆରଗୁଡ଼ିକର ବିଶେଷ ଅନୁଭୂତି ନେବାର ସୁଯୋଗ ମଧ୍ୟ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *