ଉଦ୍ଧାର ହେଲା ଦାମୀ ଷଣ୍ଢ, ମୂଲ୍ୟ କୋଟିଏ

Top Storise ଜୀବନଚର୍ଯ୍ୟା

ନୂଆଦିଲ୍ଲୀ: ଗାଁ ରୁ ନେଇ ସହର ଯାଇ ଅନେକ ଗାଈଗୋରୁ ଓ ଷଣ୍ଢ ବୁଲୁଥିବାର ଆପଣ ଦେଖିଥିବେ ।କିନ୍ତୁ ଏହି ଷଣ୍ଢମାନଙ୍କର କୌଣସି ମୂଲ୍ୟ ନଥାଏ । ମାତ୍ର ଯଦି ଆମେ କହୁ ଗୋଟେ ଷଣ୍ଢର ଦାମ୍ କୋଟିଏ ଟଙ୍କା । ତାଯୁକ୍ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ହେଉଛି ଏକ ବାସ୍ତବ ଘଟଣା । ଏନ୍‌ଡିଆରଏଫ୍‌ ଯବାନମାନେ ନଏଡ଼ା ଅଞ୍ଚଳର ବନ୍ୟା ଜଳରୁ ଦେଶର ସବୁଠୁ ମୂଲ୍ୟବାନ୍‌ ବିରଳ ପ୍ରଜାତିର ଷଣ୍ଢ ଉଦ୍ଧାର କରିଛନ୍ତି। ଯାହାର ନାଁ ରହିଛି ପ୍ରିତମ ଓ ଏହାର ମୂଲ୍ୟ ୧କୋଟି ଟଙ୍କା। ତା’ ସହିତ ଅନ୍ୟ ଦୁଇ ମୂଲ୍ୟବାନ ଷଣ୍ଢଙ୍କୁ ଉଦ୍ଧାର କରାଯାଇଛି। ଏନ୍‌ଡିଆରଏଫ୍‌ ଅଷ୍ଟମ ବାଟାଲିୟନ ଯବାନମାନେ ଖାଲୁଆ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟ ଚଳାଇଥିବାବେଳେ ସ୍ଥାନୀୟ ଫାର୍ମରେ ଥିବା ଏହି ଦାମୀ ଷଣ୍ଢ ଓ ଅନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରି ଶୁଖିଲା ସ୍ଥାନକୁ ଆଣିଥିଲେ। ଏନ୍‌ଡିଆରଏଫ ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *