ସମ୍ବଲପୁରରୁ ନକଲି ଟଙ୍କା ଜବତ, ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ

Top Storise ଅପରାଧ ରାଜ୍ୟ

ସମ୍ବଲପୁର : ନକଲି ଟଙ୍କାର ଗଡ ପାଲଟିଲାଣି ସମ୍ବଲପୁର ସହର । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳାପୁଳା ନକଲି ଟଙ୍କା । ଗତ ଅଗଷ୍ଟ ୮ ତାରିଖରେ ସହରରୁ ୧୩ ଲକ୍ଷର ନକଲି ଟଙ୍କା ଜବତ ହୋଇଥିବା ବେଳେ, ଆଜି ପୁଣି ବୁର୍ଲା ପୋଲିସ ହାତରେ ଲାଗିଛି ୧୨ ହଜାର ୩୦୦ ଟଙ୍କା । ଘଟଣାରେ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ ।

ଆଜି ଜଣେ ଅଟୋ ଚାଳକକୁ ଜଣେ ବ୍ୟକ୍ତି ୨୦୦ ଟଙ୍କା ଦେଉଥିବା ସମୟରେ ଏହା ନକଲି ଜାଣିବାକୁ ପାଇଥିଲେ ଅଟୋ ଚାଳକ । ଏନେଇ ଅଟୋ ଚାଳକ ଜଣକ ତୁରନ୍ତୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣ ଯୁବକଙ୍କୁ ଗିରଫ କରିଥିଲା । ଗିରଫ ଦୁଇ ଯୁବକଙ୍କ ଠାରୁ ପୋଲିସ ୧୨ ହଜାର ୩୦୦ ଟଙ୍କାର ନକଲି ନୋଟ ଜବତ କରିଛି ।

ଏହାପୂର୍ବରୁ ସମ୍ବଲପୁର ପୋଲିସ ୧୩ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଥିବା ବେଳେ, ୬ ଜଣଙ୍କଗୁ ଗିରଫ କରିଥିଲା । ସେହିପରି ନକଲି ଟଙ୍କା ତିଆରି ପାଇଁ ବ୍ୟବହାର ହେଉଥିବା ମେସିନ, ରଙ୍ଗ ଜବତ କରିଥିଲା ସମ୍ବଲପୁର ପୋଲିସ ।

Leave a Reply

Your email address will not be published. Required fields are marked *