ଅଗଷ୍ଟ ସୁଦ୍ଧା କୋଭିଶିଲ୍ଡର ମାସିକ ଉତ୍ପାଦନ ୧୦ କୋଟି ଛୁଇଁବ ଏବଂ କୋଭାକ୍ସିନର ୭.୮ କୋଟି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ ଟିକାର ଅଭାବର ଦୃଶ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଡୋଜ୍‌ ନେଲା ପରେ ଆଉ ଗୋଟିଏ ଡୋଜ୍‌ ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି।

ତେବେ ଏହା ଭିତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଆସନ୍ତା ଚାରିମାସ ପାଇଁ କେନ୍ଦ୍ରକୁ ସେମାନଙ୍କ ଉତ୍ପାଦନ ଯୋଜନା ଦାଖଲ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ସେମାନେ  ଆସନ୍ତା ଅଗଷ୍ଟ ସୁଦ୍ଧା କାଭିଶିଲ୍ଡ ଏବଂ କୋଭାକ୍ସିନର ଯଥାକ୍ରମେ ୧୦ କୋଟି ଏବଂ ୭.୮ କୋଟି ଡୋଜ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ସୂତ୍ରରୁ ପ୍ରକାଶ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ କାର୍ଯ୍ୟାଳୟ ଉଭୟ ଫାର୍ମରୁ ଜୁନ୍, ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ସେମାନଙ୍କ ଉତ୍ପାଦନ ଯୋଜନା ମାଗିଥିଲେ।

ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ କୋଭିଶିଲ୍ଡ ଏବଂ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ର ସ୍ୱଦେଶୀ ବିକଶିତ ଟିକା କୋଭାକ୍ସିନ୍ ବର୍ତ୍ତମାନ କରୋନାଭାଇରସ୍ ବିରୁଦ୍ଧରେ ଭାରତର ଟିକାକରଣ ଡଅଭିଯାନରେ ବ୍ୟବହୃତ ହେଉଛି।

Leave a Reply

Your email address will not be published. Required fields are marked *