ଶରୀରରେ ପୋଷକ ତତ୍ତ୍ୱର ଅଭାବ ଆଣିପାରେ କି ଆଚରଣଗତ ପରିବର୍ତ୍ତନ?

ଜୀବନଚର୍ଯ୍ୟା

ନୂଆଦିଲ୍ଲୀ: ଏକ ସୁସ୍ଥ ଶରୀର ପାଇଁ ଏକ ଉତ୍ତମ ଖାଦ୍ୟ ଅତ୍ୟନ୍ତ ଜରୁରୀ। ପୁଷ୍ଟିକର ଖାଦ୍ୟ ଅଭାବରୁ ବିଭିନ୍ନ ରୋଗ ହୋଇପାରେ। ସମଗ୍ର ଖାଦ୍ୟପେୟ ଶୈଳୀରେ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୌଣସି ପୋଷକ ତତ୍ତ୍ୱର ଅଭାବ ଶାରୀରିକ, ମାନସିକ ଏବଂ ଆଚରଣଗତ ପ୍ରଭାବ ପକାଇପାରେ।

ପ୍ରୋଭେଦା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଆସିମ୍ ସୁଦ, ଖାଦ୍ୟପେୟ ଶୈଳୀ ଏବଂ ଏହାର ଆଚରଣଗତ ପ୍ରଭାବ ଉପରେ ଅନ୍ତର୍ନିହିତ ସୂଚନା ସେୟାର୍‌ କରିଛନ୍ତି।

ଲୌହ ଅଭାବ

ଯଦି ଆପଣ ଆପଣଙ୍କର ପିଲାକୁ କ୍ଳାନ୍ତ ଏବଂ ଅନେକ ସମୟରେ ବିରକ୍ତ ହେଉଥିବାର ଦେଖୁଛ, ତେବେ ଏହାର କାରଣ ଜାଣିବା ଜରୁରୀ ହୋଇଥାଏ। ଶରୀରରେ ଲୌହ ଅଭାବ ହେତୁ ଏପରି ଆଚରଣଗତ ପରିବର୍ତ୍ତନ ହୋଇଥାଏ। ଲୌହ ଅଭାବ ରକ୍ତହୀନତାର କାରଣ ମଧ୍ୟ ହୋଇପାରେ।

ଏହା ଏପରି ଏକ ଅବସ୍ଥା ଯେଉଁଥିରେ ଆପଣଙ୍କ ଶରୀରର ଟିସୁରେ ପର୍ଯ୍ୟାପ୍ତ ଅମ୍ଳଜାନ ବହନ କରିବାକୁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସୁସ୍ଥ ଲାଲ ରକ୍ତ କଣିକା ନଥାଏ। ଲୌହ ଅଭାବ ସାଧାରଣତଃ ଛୋଟ ପିଲାଙ୍କଠାରେ ଅଧିକ ଦେଖାଯାଏ। ସେମାନଙ୍କ ପାଇଁ ଲୌହଯୁକ୍ତ ଖାଦ୍ୟ ଅତ୍ୟନ୍ତ ଜରୁରୀ ହୋଇଥାଏ।

ଭିଟାମିନ୍ ଏ ଅଭାବ

ପିଲାମାନଙ୍କଠାରେ ଭୁଲିଯିବା ଏବଂ ନିମ୍ନ ଶକ୍ତି ସ୍ତର ଭିଟାମିନ୍ ‘ଏ’ ର ଅଭାବରୁ ଦେଖାଯାଇଥାଏ। ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରଜନନ ବ୍ୟବସ୍ଥା ପାଇଁ ମଧ୍ୟ ଏହା ଆବଶ୍ୟକ। ସବୁଜ ଏବଂ କମଳା ପନିପରିବାରେ ଭରପୁର ପରିମାଣରେ ଭିଟାମିନ୍ ଏ ରହିଥାଏ। ନବଜାତ ଶିଶୁମାନଙ୍କ ପାଇଁ ସ୍ତନ୍ୟପାନକୁ ଭିଟାମିନ୍ ଏର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *