୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Top Storise ରାଜ୍ୟ

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା ।  ଆଜି ଝାରସୁଗୁଡା ତାପମାତ୍ରା ୪୨.୨ ଡିଗ୍ରୀ ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାଯାଇଛି ।

ଗତକାଲି ଅପେକ୍ଷା ଆଜି ଆହୁରି ବଢିଛି ତାପମାତ୍ରା । ଗତକାଲି ରାଜଧାନୀ ତାପମାତ୍ରା ଥିଲା ୩୯.୮ ଡିଗ୍ରୀଥିବାବେଳେ ଆଜି ୪୨ ଡିଗ୍ରୀରେ ପହଞ୍ଚିଛି । ସେହିପରି ଆଦ୍ରତା ୨୮ ପ୍ରତିଶତ ଥିବା ରେକର୍ଡ କରାଯାଇଛି ।

ତେବେ ଗତକାଲି ତୁଳନାରେ ଆଜି ସମ୍ବଲପୁରରେ  ତାପମାତ୍ରା ସାମାନ୍ୟ କମିଛି । ଗତକାଲି ସମ୍ବଲପୁରର ସର୍ବାଧିକ ତାପମାତ୍ରା ୪୩.୩ ଡିଗ୍ରୀ ଥିବାବେଳେ ଆଜି ଅଛି ୪୧.୪ ଡ଼ିଗ୍ରୀ  । ସେହିପରି ଆଜି ସାଢେ ୨ଟା ସୁଦ୍ଧା  ହୀରାକୁଦରେ  ୪୦.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୪୦ ଡ଼ିଗ୍ରୀ, ବାଲେଶ୍ୱରରେ  ୩୮.୪ ଡ଼ିଗ୍ରୀ କେନ୍ଦୁଝରରେ ୩୭.୪ ଡ଼ିଗ୍ରୀ, ପୁରୀରେ ୩୫.୨ ଡ଼ିଗ୍ରୀ, ଗୋପାଳପୁରରେ ୩୪.୮ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ ରହିଛି ।

ଅନ୍ୟପକ୍ଷେ  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ରାୟଗଡା, ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି ଜିଲ୍ଳା ପାଇଁ ବର୍ଷା ଘଡଘଡି ସହ ବର୍ଷା ସମ୍ଭାବାନ ରହିଛି ।  ବିଶେଷକରି ନବଙ୍ଗପୁର, ନୁଆପଡା, ମୟୂରଭଞ୍ଚ, ବାଲେଶ୍ୱର, କନ୍ଧମାଳ, ନୂଆପଡା, ବଲାଙ୍ଗିର, ଗଞ୍ଜାମକୁ ବେଶି ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ପବନ ଜୋରରେ ବହିବାର ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *