ଆଉ ତ୍ରାହି ନାହିଁ ଏଥର ବନ୍ଧାହେବେ ପ୍ରୋଫେସର ମ୍ୟାଡ଼ାମ!

କଟକ: କଟକ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲିଆତି କରିବା ପଡ଼ିଲା ମହଙ୍ଗା। ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରୋଫେସର ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ସହକାରୀ ପ୍ରାଧ୍ୟାପିକ ବିଜୟଲକ୍ଷ୍ମୀ ଦାଶ କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରିଥିଲେ। ଏହି ମାମାଲରେ ବିଜୟଲକ୍ଷ୍ମୀ ଦାଶଙ୍କ ବିରୋଧରେ ୩୧୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଲାଲବାଗ ପୋଲିସ। କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ମାମଲାରେ ନିଜେ ଜିଲ୍ଲାପାଳ ଗତ ତା ୧୧.୧୨.୨୦୨୪ […]

Continue Reading

ଦିନରେ ଚୋରି ରାତିରେ ପ୍ରବଚନ: କହୁଥିଲା ଚେଞ୍ଜ୍ ୟୋର୍ ଲାଇଫ୍

ଦିନ ହେଲେ ଘରେ ପଶି ଚୋରି କରୁଥିଲା, ଆଉ ସଞ୍ଜବେଳା କ୍ୟାମେରା ଆଗରେ କହୁଥିଲା ‘ଚେଞ୍ଜ୍ ୟୋର୍ ଲାଇଫ୍’। ପେଶାଦାର ଚୋର ଦେଖିଥିବେ, ହେଲେ ୟା ଭଳି ନୁହେଁ। ଦିନରେ ୟୁଟ୍ୟୁବ ଖୋଲି ପ୍ରବଚନ ପରେ ପ୍ରବଚନ ଦେଉଥିବା ଏ ଅଭିଯୁକ୍ତର ନାଁ ମନୋଜ ସିଂହ । ଯିଏ ଦିନରେ ଚିକିଣିଆ କଥା ରାତିରେ ଚୋରି କରେ ।ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଶେଷରେ ଗିରଫ କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ନାଁରେ ୧୦ରୁ ଅଧିକ […]

Continue Reading

ଯୌତୁକ ପାଇଁ ବୋହୂକୁ ଜିଅନ୍ତା ଜାଳିଦେଲେ: ସ୍ବାମୀ ପୁଲିସ କନଷ୍ଟେବଲ

ପୁଣି ଉତ୍ତର ପ୍ରଦେଶରୁ ଆସିଛି ଯୌତୁକ ନିର୍ଯାତନାର ଭୟଙ୍କର ଚିତ୍ର। କିଛି ଦିନ ତଳେ ଗ୍ରେଟର ନୋଏଡାରେ ୨୬ ବର୍ଷୀୟ ନିକ୍କି ଭାଟିଙ୍କୁ ସ୍ୱାମୀ ଓ ଶାଶୁ ଘର ଲୋକ ଜୀବନ୍ତ ପୋଡ଼ି ମାରି ଦେଇଥିଲେ। ଏବେ ଉତ୍ତର ପ୍ରଦେଶର ଅମରୋହାରୁ ସମାନ ଘଟଣା ସାମ୍ନାକୁ ଆସିଛି। ଏଠାରେ ଯୌତୁକ ପାଇଁ ସ୍ୱାମୀ ଓ ଶାଶୁ ଘର ଲୋକ ସବୁ ସୀମା ପାର କରି ଯାଇଛନ୍ତି। ସେମାନେ ଘରର ବୋହୂଙ୍କୁ ଜୀବନ୍ତ ଜାଳି ଦେଇଛନ୍ତି। ଏବେ ମହିଳା […]

Continue Reading

ରାକ୍ଷସ ପାଲଟିଲା ସ୍ବାମୀ: ସ୍ତ୍ରୀ ପାଟିରେ ପୁରେଇଦେଲା ଗରମ ଛୁରୀ

ଯୌତୁକ ଯୋଗୁଁ ଜଣେ ନବବିବାହିତାଙ୍କୁ ତାଙ୍କ ସ୍ବାମୀ ମାଡ ମାରିବା ସହ ଏକ ତତଲା ଛୁରୀକୁ ପାଟି ଭିତରେ ପୂରାଇ ଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଅଧିକ ଯୌତୁକ ପାଇଁ ଦାବି କରୁଥିଲେ ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାରେ ଖୁସବୁ ନାମକ ଜଣେ ମହିଳା ବଡବାନୀ ଜିଲ୍ଲାର ଦିଲ୍ଲୀପଙ୍କ ସହ ବିବାହ ହୋଇଥିଲା। କିନ୍ତୁ ବାହାଘର ପରେ ଦିଲ୍ଲୀପ ଖୁସବୁକୁ ପସନ୍ଦ କରୁନଥିଲେ ଓ ଅଧିକ ଯୌତୁକ ଆଣିବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ଖୁସବୁକୁ […]

Continue Reading

ଗର୍ଭବତୀ ପତ୍ନୀକୁ ମାରିଲା, ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା… ତା ପରେ ନଦୀରେ ଫିଙ୍ଗିଲା

ହାଇଦ୍ରାବାଦର ମେଡିପାଲିରେ ଏକ ଲୋମହର୍ଷଣକାରୀ  ଘଟଣା ସାମ୍ନାକୁ ଆସିଛି। ଯାହା ମାନବତାକୁ ଲଜ୍ଜିତ କରିଛି। ୨୭ ବର୍ଷୀୟ ସମଲା ମହେନ୍ଦ୍ର ରେଡ୍ଡୀ ତାଙ୍କ ୨୧ ବର୍ଷୀୟ ଗର୍ଭବତୀ ପତ୍ନୀ ବି.ସ୍ୱାତୀଙ୍କୁ ଗଳାକାଟି ହତ୍ୟା କରିଥିଲେ ଏବଂ ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ମୁସି ନଦୀରେ ଫିଙ୍ଗି ଦେଇଥିଲେ। ବିକାରବାଦ ଜିଲ୍ଲାର ୨୭ ବର୍ଷୀୟ ମହେନ୍ଦ୍ର ରେଡ୍ଡୀ ଓ ୨୧ ବର୍ଷୀୟ ସ୍ୱାତୀ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ୨୦୨୪ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ। […]

Continue Reading

ସ୍କର୍ପିଓରେ ମନ ବୁଝିଲାନି, ମାଗୁଥିଲେ ୩୬ ଲକ୍ଷ ଟଙ୍କା…ପୁଅ ଆଗରେ ଜିଅନ୍ତା ଜାଳିଦେଲେ

ଗ୍ରେଟର ନୋଏଡାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁଘର ଲୋକେ ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଭାବେ ତାଙ୍କ ସ୍ୱାମୀ ବିପିନଙ୍କୁ ଗିରଫ କରାଯାଇଛି। ପୋଲିସ ମହିଳାଙ୍କ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅରଙ୍କ ସମେତ ଚାରି ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ଗ୍ରେଟର ନୋଏଡାରେ ଘଟିଥିବା ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୩୫ ଲକ୍ଷ ଟଙ୍କା ଯୌତୁକ ଦାବିରେ ମହିଳାଙ୍କୁ […]

Continue Reading

ବିବାହ ପ୍ରସ୍ତାବରେ ରାଜି ନହେବାରୁ ଗାଡ଼ିରେ ବସିଥିବା ପ୍ରେମିକାକୁ ନଦୀରେ ଠେଲି ଦେଲେ, ବିବାହିତ ପ୍ରେମୀର ମାରାତ୍ମକ କାଣ୍ଡ

କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବେଲୁର ତାଲୁକର ଚନ୍ଦନହଲ୍ଲୀ ଅଞ୍ଚଳରେ ୩୨ ବର୍ଷୀୟ ମହିଳା ଶ୍ୱେତାଙ୍କୁ ତାଙ୍କ ବିବାହିତ ପ୍ରେମୀ କେବଳ ଏହି କାରଣରୁ ହତ୍ୟା କରିଛି ଯେ ସେ ବିବାହ ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହି ଘଟଣା ରବିବାର ରାତିରେ ଘଟିଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୁଲିସ ଅନୁଯାୟୀ, ଶ୍ୱେତା ଓ ରବିଙ୍କ ପରିଚୟ ବହୁ ବର୍ଷରୁ ଥିଲା। ଉଭୟେ ହାସନରେ କାମ ସମୟରେ […]

Continue Reading

ନୀଳ ଡ୍ରମରେ ସ୍ବାମୀର ଶବ: ଘର ମାଲିକ ପୁଅ ସହ ସ୍ତ୍ରୀ ଫେରାର

ଉତ୍ତର ପ୍ରଦେଶର ମେରଠ ସହରରେ ଘଟିଥିବା ଚର୍ଚ୍ଚିତ “ନୀଳ ଡ୍ରମ୍ ମୁସ୍କାନ କାଣ୍ଡ” ଭଳି ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ନୂଆ ଘଟଣା ରାଜସ୍ଥାନର ଖୈରଥଲ-ତିଜାରାରୁ ସାମ୍ନାକୁ ଆସିଛି। ଯେଉଁଠାରେ ରବିବାର ଦିନ ଏକ ଘରର ଛାତ ଉପରେ ରଖାଯାଇଥିବା ନୀଳ ପ୍ଲାଷ୍ଟିକ ଡ୍ରମ୍‌ରୁ ୩୫ ବର୍ଷୀୟ ଯୁବକ ହଂସରାମଙ୍କ ମୃତଦେହ ଉଦ୍ଧାର ହୋଇଛି। ଡ୍ରମ୍ ମିଳିବା ମାତ୍ରେ ସମଗ୍ର ଅଞ୍ଚଳରେ ସନ୍ଦିହାନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସନ୍ଦିହାନ ଘଟଣା ଲୋକଙ୍କୁ ମେରଠର […]

Continue Reading

ଘୋର କଳିଯୁଗ: ମାଆକୁ ଦୁଷ୍କର୍ମ କଲା ପୁଅ!

ଜଣେ ୩୯ବର୍ଷୀୟ ଯୁବକ ତାଙ୍କ ନିଜ ମାଆଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ଝିଅଙ୍କ ସହିତ ସାଉଦି ଆରବରୁ ତୀର୍ଥଯାତ୍ରାରୁ ଫେରିବା ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ପୀଡିତା ତାଙ୍କ ୨୫ ବର୍ଷୀୟ ଝିଅ ସହିତ ହୌଜ କାଜି ପୋଲିସ ଷ୍ଟେସନରେ ପହଞ୍ଚି ତାଙ୍କ ପୁଅ ବିରୋଧରେ ଆକ୍ରମଣ ଏବଂ ଯୌନ ଶୋଷଣର ଗମ୍ଭୀର ଅଭିଯୋଗ ଆଣିଥିଲେ। ମହିଳା ଜଣକ କହିଛନ୍ତି ଯେ […]

Continue Reading

ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳିମାଡ଼

ପ୍ରସିଦ୍ଧ ଯୁଟ୍ୟୁବର ଏଲଭିଶ ଯାଦବଙ୍କ ଘରେ ଅପରାଧୀମାନେ ଏକାଧିକ ରାଉଣ୍ଡ ଗୁଳିଚାଳନା କରିଛନ୍ତି। ଏହି ଗୁଳିଚାଳନା ଏଲଭିଶ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ଘରେ ହୋଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଗୁରୁଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡ଼ିଛି ଯେ, ଯୁଟ୍ୟୁବରଙ୍କ ଘରେ ପ୍ରାୟ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି। ଘଟଣାଟି ସକାଳ ୫ ରୁ ୬ ମଧ୍ୟରେ ଘଟିଛି। ଯେତେବେଳେ ଏଲଭିଶଙ୍କ ଘରେ ଗୁଳିଚାଳନା ହେଉଥିଲା, ସେତେବେଳେ ଏଲଭିଶ ଘରେ […]

Continue Reading