ପୂଜାରା ମାରିଲେ ଶତକ; ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ

ଢାକା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉଭୟ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଶତକ ମାରିଥିବା ବେଳେ ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଗୁରୁବାର ୮ଟି ୱିକେଟ୍ ହରାଇ ୧୩୩ ରନ୍ କରିଥିବା ବାଂଲାଦେଶ ଶୁକ୍ରବାର ୧୫୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଓପନିଂ କରିବାକୁ ଆସିଥିଲେ ଅଧିନାୟକ କେ ଏଲ ରାହୁଲ ଓ ଶୁବମନ ଗିଲ୍‌। ତେବେ […]

Continue Reading

ଆଜିଠୁ ମକର ସଂକ୍ରାନ୍ତି ଯାଏଁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ

ପୁରୀ : ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି । ଏହି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଶ୍ରୀ ମନ୍ଦିରରେ ଲାଗି ହୋଇଛି ପହଲି ଭୋଗ । ତେବେ ଏହି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ଲାଗି ହେବ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ତେବେ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗି […]

Continue Reading

ଭୂସ୍ଖଳନ ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବଢ଼ିଲା, ଏବେ ବି ୨୨ ନିଖୋଜ

କ୍ୱାଲାଲୁମପୁର: ମ୍ୟାଲେସିୟାର ରାଜଧାନୀ କ୍ୱାଲାଲୁମପୁର ଉପକଣ୍ଠରେ ଥିବା ଗୋଟିଏ କ୍ୟାମ୍ପ ନିକଟରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ମଧ୍ୟ ରହିଛନ୍ତି। ଏବେ ବି ଆହୁରି ୨୨ ଜଣ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କୁ ଠାବ କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ସମୟ ଭୋର ୩ଟାରେ ସେଲାନଗୋର ପ୍ରଦେଶରେ ଭୂସ୍ଖଳନ ହୋଇଥିଲା। ଏଠାରେ ଥିବା ଗୋଟିଏ ଫାର୍ମ ହାଉସ ଲୋକଙ୍କୁ ରହିବା ପାଇଁ କ୍ୟାମ୍ପ […]

Continue Reading

ସଂଘର୍ଷ ପରେ ସୀମାରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତ-ଚାଇନା ସଂଘର୍ଷ ପରେ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଛି ଭାରତ। ଭାରତ-ଚାଇନା ଏଲଏସି ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ପ୍ରକାର ସମରାଭ୍ୟାସ କରାଯାଇଛି । ବାୟୁସେନାର ପୂର୍ବାଞ୍ଚଳ ଏୟାର କମାଣ୍ଡ ପକ୍ଷରୁ ତାର ନୂଆ କ୍ର୍ୟୁମାନଙ୍କୁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ ଅଭ୍ୟାସଗତ ଉଡ଼ାଣ କରିଥିଲା। ତେବେ ନିକଟରେ ତୱାଙ୍ଗରେ ଦୁଇ ଦେଶ ମଧ୍ୟରେ ଘଟିଥିବା ସଂଘର୍ଷ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କୁହାଯାଇଛି। […]

Continue Reading

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ । ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳି ପାରିବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ପାରିପାର୍ଶ୍ୱିକ ସ୍ଥିତିର ଆଧାରରେ ଭ୍ରଷ୍ଟାଚାରୀଙ୍କୁ ଦଣ୍ଡ ବି ମିଳି ପାରିବ […]

Continue Reading

ବାହାହେବାକୁ ଯାଉଥିବା ବର ଶିଶୁପାଳ ହୋଇ ଫେରିଲା ଘର

ଉନ୍ନାଉ : ଚାଲିଥିଲା ବାହାଘର । ଫୁଟୁଥିଲା ବାଣ, ବାଜୁଥିଲା ବାଜା ବାହାହେବାକୁ ବି ରେଡି ବି ଥିଲା ବର ହେଲେ ବରକୁ ମହଙ୍ଗା ପଡ଼ିଲା ମଦ୍ୟପାନ । ବିବାହ ବେଦୀରେ ବାହା ହେବା ପାଇଁ ମନା କରିଦେଲା କନିଆ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଉନ୍ନାଉର ସଫିପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କାନପୁରରେ ଜଣେ ଯୁବକଙ୍କ ସହ ଯୁବତୀଙ୍କର ବିବାହ […]

Continue Reading

କମ୍ବଳ ବଣ୍ଟନ ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି: ବିଜେପି

କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା ଜଣେ ବିଜେପି ନେତା […]

Continue Reading

ଋତୁସ୍ରାବ କାଳରେ ମହିଳାଙ୍କୁ ମାସକୁ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ: ଗେହଲଟ୍

ଜୟପୁର: ମାସିକ ଋତୁସ୍ରାବ କାଳରେ ମହିଳାମାନଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇ ଦେବେ ରାଜସ୍ଥାନ ସରକାର। ଋତୁସ୍ରାବ ଜନିତ ସମସ୍ୟାରେ ଶିକାର ହେଉଥିବା ମହିଳାଙ୍କୁ ପ୍ରତିମାସରେ ୧୨ଟି ସାନିଟାରି ନାପକିନ ଯୋଗାଇ ଦିଆଯିବ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଅଶୋକ ଗେହଲଟ ଏକ ସାମ୍ବାଦିକ ସମ୍ମିଳିନୀ କରି କହିଛନ୍ତି ଯେ, ଋତୁସ୍ରାବ ସମୟରେ ମହିଳାମାନେ ଯନ୍ତ୍ରଣାରେ ଶୀକାର ହେଉଥିବା ବେଳେ ସେମାନେ କାହିଁକି ନିରବ ରହୁନ୍ତି। ଋତୁସ୍ରାବକୁ ନେଇ ସମାଜରେ […]

Continue Reading

‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ରାହୁଲ ଗାନ୍ଧି ଓ ରଘୁରାମ ରାଜନ କଥାବାର୍ତ୍ତା ହୋଇ ଯାଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ରଘୁରାମ ରାଜନ […]

Continue Reading

ମହଙ୍ଗା ପଡ଼ିଲା ଓକିଲଙ୍କ ଆଚରଣ, ହାଇକୋର୍ଟ ବେଞ୍ଚ ଦାବି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରୁଥିବା ଓକିଲ ସଂଘକୁ ଶକ୍ତ ଝଟକା ଲାଗିଛି। ନିଜର ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ […]

Continue Reading