ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ

କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ ଆହତଙ୍କ ପରିବାରଙ୍କୁ ମଧ୍ୟ ଚାକିରୀ ଦିଆଯିବ ବୋଲି ପଶ୍ଚିମବଙ୍ଗ […]

Continue Reading

ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପଦଯାତ୍ରା କରୁଛନ୍ତି ଏମବିବିଏସ୍ ଛାତ୍ରୀ, କହିଲେ ମୋ ମନର କଥା କହିବେ ମୋ ପ୍ରାଣନାଥ

ସତନା: ମଧ୍ୟପ୍ରଦେଶର ସିବନୀରେ ରହୁଥିବା ଜଣେ ଯୁବତୀ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପର୍ଯ୍ୟନ୍ତ ମୁଣ୍ଡରେ କଳସ ରଖି ପଦଯାତ୍ରା ଆରମ୍ଭ କରିଛନ୍ତି । ଯୁବତୀ ଜଣେ ଏମବିବିଏସ୍ ଛାତ୍ରୀ । କେଉଁ ଲକ୍ଷ୍ୟ ନେଇ ସେ ଗଙ୍ଗୋତ୍ରୀରୁ ବାଗେଶ୍ୱର ଧାମ ପଦଯାତ୍ରା କରିଛନ୍ତି ସେ ବିଷୟରେ ୧୬ ଜୁନ୍ ରେ ଧୀରେନ୍ଦ୍ର ଶାସ୍ତ୍ରୀ ଓ ସେ ନିଜେ ଖ୍ୁଲାସା କରିବେ । କାରଣ ସେ ତାଙ୍କ ମନ କଥା ଜାଣନ୍ତି । ଏହି ସମୟରେ ସେ ଧୀରେନ୍ଦ୍ର […]

Continue Reading

ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି: ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, କାଲି ବାଲେଶ୍ୱର ଠାରେ ୩ଟି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ୧୦୦୦ରୁ ଉଦ୍ଧ୍ୱର୍ ଅଛନ୍ତି । ଏଥିରେ ଶିଶୁ ଏବଂ କିଶୋର ମଧ୍ୟ […]

Continue Reading

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ ୨୮୮କୁ ବୃଦ୍ଧି ପାଇଛି । ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ […]

Continue Reading

ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଉ ଏନସିଇଆରଟିର ବହିରେ ଥିବା ପାଠ୍ୟ ଖସଡାରେ ଏହା ପଢିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଚଳିତ ବର୍ଷ […]

Continue Reading

ରାହୁଲ ବିଜେପି ସହ ଲଢୁଛନ୍ତି ନା ଦେଶ ସହ : ମୁସଲିମ ଲିଗ ବୟାନ ଉପରେ ପ୍ରଶ୍ନ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଆମେରିକାରେ ମୁସଲିମ ଲିଗ ଉପରେ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ତେଜିଛି । ରାହୁଲ ଗାନ୍ଧୀ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ଲିଗକୁ ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି, ରାହଲ ଗାନ୍ଧୀ ଏବଂ କଂଗ୍ରେସ ସ୍ପଷ୍ଟ କରନ୍ତୁ ଯେ […]

Continue Reading

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୧୨ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଏହି ସିରିଜ ଆୟୋଜିତ ହେବ । ଏହି […]

Continue Reading

ମଞ୍ଚ ଉପରେ ଭାଷଣ ଦେଇ ଫେରୁଥିବାବେଳେ ପଡିଗଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମଞ୍ଚ ଉପରେ ଟଳି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାୟୁସେନା ଏକାଡେମୀର ସମାରୋହ ଅବସରରେ ମଞ୍ଚ ଉପରେ ଭାଷଣ ଦେଉଥିଲେ ବାଇଡେନ । ହଠାତ୍ ଟଳି ପଡିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଗୁରୁବାର ଦିନ କଲୋରାଡୋରେ ଆୟୋଜିତ ବାୟୁସେନା ଏକାଡେମୀର ସମାରୋହ ଅବସରରେ ଦେଖା ଦେଇଥିଲା ଏପରି ଅଭାବନୀୟ ଘଟଣା । ଷ୍ଟେଜ୍‌ ଉପରେ ୮୦ ବର୍ଷିୟ ବାଇଡେନ୍‌ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲିପଡ଼ି […]

Continue Reading

ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌ର ନୂଆ ଜର୍ସି ଲଞ୍ଚ କଲା ଆଡିଡାସ୍‌

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ୍ ଚାମ୍ପିୟନସିପ୍ ପୁର୍ବରୁ ଗୁରୁବାର ଭାରତୀୟ ଟିମ୍‌ର ନୂଆ ଜର୍ସି ଲଞ୍ଚ କରିଛି ଆଡିଡାସ୍। ଏବେ ଭାରତୀୟ ଟିମ୍ ଟି-୨୦ ଏବଂ ଦିନିକିଆରେ ଦୁଇଟି ଜର୍ସିରେ ନଜର ଆସିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କିଟ୍ ପ୍ରୟୋଜକ ହେବା ପରେ ଆଡିଡାସ୍ ନୂଆ କିଟ୍ ଏବଂ ଜର୍ସି ଲଞ୍ଚ କରିଛି। ପ୍ରଶଂସକମାନଙ୍କ ମଧ୍ୟରେ ଆଡିଡାସ୍‌ର ନୂଆ କିଟ୍ ଦେଖିବାକୁ ବ୍ୟାକୁଳତା ଦେଖିବାକୁ ମିଳିଥିଲା । ଏହି ଅପେକ୍ଷାର ଅନ୍ତ ଘଟାଇ କ୍ରୀଡା ସାମଗ୍ରୀରେ ବିଶ୍ୱର […]

Continue Reading

୧୨ ପ୍ରତିଶତ ବଢ଼ିଲା GST କଲେକ୍ସନ: ମଇ ମାସରେ ସଂଗ୍ରହ ହେଲା ୧.୫୭ ଲକ୍ଷ କୋଟି

ନୁଆଦିଲ୍ଲୀ: ମଇ ମାସରେ ସେବା ଏବଂ ଦ୍ରବ୍ୟ କର(ଜିଏସ୍‌ଟି) ସଂଗ୍ରହ ଗତବର୍ଷ ମାଇ ତୁଳନାରେ ୧୨ ପ୍ରତିଶତ ବଢି ୧,୫୭,୦୯୦ କୋଟିରେ ପହଞ୍ଚିଛି। ମଇ ମାସରେ ମୋଟ୍ କର ସଂଗ୍ରହ ୧,୫୭,୦୯୦ କୋଟି ରହିଥିଲା। ଏଥିରେ ସିଜିଏସ୍‌ଟି ୨୮,୪୧୧ କୋଟି, ଏସ୍‌ଜିଏସ୍‌ଟି ୩୫,୮୨୮ କୋଟି ଏବଂ ଆଇଜିଏସ୍‌ଟି ୮୧,୩୬୩ କୋଟି ରହିଥିଲା। ମଇ ମାସରେ ସରକାର ଇଣ୍ଟିଗ୍ରେଟେଡ୍ ଜିଏସ୍‌ଟି ରୁ ସେଣ୍ଟ୍ରାଲ୍ ଜିଏସ୍‌ଟି ରେ ୩୫,୩୬୯ କୋଟି ଏବଂ ରାଜ୍ୟ ଜିଏସ୍‌ଟିରେ ୨୯,୭୬୯ କୋଟି ଟଙ୍କା ସେଟେଲମେଣ୍ଟ […]

Continue Reading