ଉଦ୍ଧବଙ୍କୁ ଆଉ ଏକ ଝଟକା, ଏକନାଥଙ୍କୁ ସମର୍ଥନ କଲେ ପୁତୁରା ନୀହାର

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଜି ଶକ୍ତ ଝଟକା ଲାଗିଛି । ଶୁକ୍ରବାର ତାଙ୍କ ପୁତୁରା ନିହାର ଠାକରେ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଭେଟିବା ସହ ସମର୍ଥନ କରିଛନ୍ତି । ଉଦ୍ଧବଙ୍କ ବଡ ଭାଇ ବିନ୍ଦୁମାଧବଙ୍କ ପୁତ୍ର ହେଲେ ନିହାର । ୧୯୯୬ରେ ବିନ୍ଦୁମାଧବ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ସେ ରାଜନୀତିରେ ସକ୍ରିୟ ନ ରହି ଫିଲ୍ମ ନିର୍ମାତା ଥିଲେ । […]

Continue Reading

ତାଇଓ୍ୱାନ ବିବାଦ ଭିତରେ ଜିନ୍ ପିଙ୍ଗ ଏବଂ ବାଇଡେନ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ତାଇୱାନକୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଜାରି ରହିଛି। ଏହାରି ଭିତରେ କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା । ଜିନପିଙ୍ଗ ଗୁରୁବାର ପଞ୍ଚମ ଥର ପାଇଁ ବାଇଡେନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ଅର୍ଥନୀତିକ ଏବଂ ରାଜନୀତିକ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା […]

Continue Reading

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ: ଏବେ ୧୭ ବର୍ଷରେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ ହୋଇପାରିବ !

ନୂଆଦିଲ୍ଲୀ: ଦେଶର ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏବେ ଯୁବକମାନେ ୧୭ ବର୍ଷ ବୟସ ପରେ ହିଁ ଭୋଟର ତାଲିକା ପାଇଁ ଆବେଦନ କରିପାରିବେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ ବର୍ଷର ଯୁବକମାନେ ଜାନୁଆରୀ ୧ ରେ ୧୮ ବର୍ଷ ବୟସ ପାଇବାକୁ ପୂର୍ବ-ଆବଶ୍ୟକୀୟ ମାନଦଣ୍ଡକୁ ଅପେକ୍ଷା କରିବା ଆବଶ୍ୟକ ନାହିଁ। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ଆୟୋଗ […]

Continue Reading

ଆସନ୍ତା ଜନଗଣନା ହେବ ଡିଜିଟାଲ; ମୋବାଇଲ ଆପରେ ହେବ ତଥ୍ୟ ସଂଗ୍ରହ

ନୂଆଦିଲ୍ଲୀ: ଆଗାମୀ ଜନଗଣନା ଡିଜିଟାଲ ହେବ । ଆଉ କାଗଜ, କଲମ, ଖାତା ବହି ବ୍ୟବହାର ହେବନି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଲୋକସଭା ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଡିଜିଟାଲ ଜନଗଣନା ହେବ ବୋଲି ସଂସଦକୁ ସୂଚନା ଦେଇଛନ୍ତି । ୨୦୨୧ ମସିହାରେ ଯୋଜନା କରାଯାଇଥିବା ଜନଗଣନା କୋଭିଡ୍ ପାଇଁ ଘୁଞ୍ଚାଯାଇଛି । ୨୮ ମାର୍ଚ୍ଚ ୨୦୧୯ ମସିହାରେ ଆସନ୍ତା […]

Continue Reading

ଅଦ୍ଭୂତ ସଂଯୋଗ: ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ; ଗାର୍ଡ ଅଫ୍ ଅନର ନେତୃତ୍ୱ ନେଲେ ଓଡ଼ିଆ

ନୂଆଦିଲ୍ଲୀ: ସୋମବାର ପୁରା ଭାରତ ଜଣେ ମହିଳା ଆଦିବାସୀ ଓଡ଼ିଆଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଉତ୍ସବ ମନାଇଛି । ସେହି ମୁହୂର୍ତ୍ତରେ ଆଉ ଜଣେ ଓଡ଼ିଆ ଅଫିସରଙ୍କ ନେତୃତ୍ୱରେ ମାଡାମ୍ ପ୍ରେସିଡେଣ୍ଟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସେ ହେଉଛନ୍ତି ଶିଖ୍ ରେଜିମେଣ୍ଟ ଷଷ୍ଠ ବାଟାଲିଅନର କର୍ଣ୍ଣେଲ ଷ୍ଟାଲିନ ମହାନ୍ତି । ସୋମବାର ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । […]

Continue Reading

କାରଗିଲ ବିଜୟ ଦିବସ। ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦିଲ୍ଲୀ : କାରଗିଲ ବିଜୟ ଦିବସର ସ୍ମରଣୀୟ ଦିନକୁ ହୋଇଛି ୨୩ ବର୍ଷ । ମନେ ପଡିଯାଉଛି ସେହି ମହାଯୁଦ୍ଧର ପ୍ରତିଟି ଘଟଣା । ଦେଶର ଯବାନ୍ ଶତ୍ରୁକୁ ମାତ୍ ଦେଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିଲେ । ଦେଶମାତୃକାର ସେବାରେ ବୀରଗତି ପାଇଁ ଯୁଦ୍ଧଭୂମିକୁ ଲମ୍ଫ ଦେଉଥିଲେ ଯବାନ୍ । ସାରା ଦେଶ ଆଜି ବି ସେହି ଯବାନଙ୍କ ବୀରଗାଥାକୁ ମନେପକାଇ ଆଖିରୁ ଲୁହ ଗଡାଉଛି । ୧୯୯୯ ମସିହା ଆଜିର ଦିନରେ […]

Continue Reading

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଦେଶ ଏବଂ ରାଜନୀତିରେ କ’ଣ ରହିପାରେ ପ୍ରଭାବ?

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ୬୪ ବର୍ଷ ପାଦ ଥାପିବାର ପର ଦିନ (ଜୁନ ୨୧.୨୦୨୨) ବିଜେପି ନେତୃତ୍ୱାଧୀନ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଯଦିଓ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଥିଲେ ଦ୍ରୌପଦୀ କିନ୍ତୁ ସେ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ବୋଲି ଏକ ପ୍ରକାର ଥୟ ଥିଲା। କିନ୍ତୁ ଏହି ପଦରେ ବସିବାକୁ ଏକ ନିର୍ବାଚନ ପ୍ରକ୍ରିୟାକୁ ସାମ୍ନା କରିବାକୁ ଥିଲା। ଦ୍ରୌପଦୀଙ୍କ ବିରୋଧରେ ମିଳିତ ବିରୋଧୀ […]

Continue Reading

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ । ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି । ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି ଘୋଷଣା କରିଛି । ଆଜି ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ କଂଗ୍ରେସ ପକ୍ଷରୁ ବିରୋଧ […]

Continue Reading

ତ୍ରିରଙ୍ଗା ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ମନେ ପକାଇ ସଲାମ୍ କରିଛନ୍ତି। ତ୍ରିରଙ୍ଗା ସହିତ ଜଡିତ କମିଟି ଓ ପଣ୍ଡିତ ନେହରୁ ଉତ୍ତୋଳନ କରିଥିବା ପ୍ରଥମ ତ୍ରିରଙ୍ଗା ସମ୍ପର୍କରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି […]

Continue Reading

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍ ୟୁନିଅନ୍ ରିପୋର୍ଟର କହିଛି ଯେ ଏହି ସର୍ଭେରେ ଆଫଗାନିସ୍ତାନବାସୀଙ୍କୁ ସେମାନଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ସେମାନେ ଭାରତକୁ ସବୁଠାରୁ ଭଲ ବନ୍ଧୁ ବୋଲି କହିଛନ୍ତି। ସର୍ଭେ ଅନୁୟାୟୀ […]

Continue Reading