ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା , ହିଜବୁଲ କମାଣ୍ଡର ସହ ୩ ଆତଙ୍କବାଦୀ ମୃତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା  । ଭାରତୀୟ ସେନାର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ସଂଗଠନର କମାଣ୍ଡର ଅସରଫ ମୌଲବୀର ମୃତ୍ୟୁ ହୋଇଛି । ଏହି ଆତଙ୍କବାଦୀର ମୃତ୍ୟୁ ଫଳରେ ଘାଟିରେ ଆତଙ୍କୀ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । ଏହା ସହ ଅନନ୍ତନାଗ ଜିଲ୍ଲା ପହଲଗାମ ନିକଟ ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟ ବେଳେ ଅନ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି । ଏନେଇ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ବିଜୟ […]

Continue Reading

ଜାତିସଂଘରେ ଭାରତର କଡା ବୟାନ: କଣ କରିବୁ ନ କରିବୁ ଆମକୁ କୁହନି

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତ ପକ୍ଷରୁ ଆଜି ନେଦରଲାଣ୍ଡ ରାଷ୍ଟ୍ରଦୂତଙ୍କ ଏକ ବୟାନ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତର ପ୍ରତିନିଧି ଟିଏସ ତିରୁମୂର୍ତି ସ୍ପଷ୍ଟ ଭାବେ କହିଛନ୍ତି ଆପଣ ଭାରତକୁ ଶିଖାନ୍ତୁ ନାହିଁ କଣ କରାଯିବା ଉଚିତ ଓ କଣ ନୁହେଁ । ଆମକୁ କାହାର ପରାମର୍ଶର ଆବଶ୍ୟକତା ନାହିଁ । ଘଟଣାଟି ଏହିପରି ତିରୁମୂର୍ତି ବୈଠକ ପୂର୍ବରୁ ଭାରତ ପକ୍ଷରୁ ଟୁଇଟ କରିଥିଲେ ଯେ, ଭାରତ ଆରମ୍ଭରୁ […]

Continue Reading

ଚୀନରେ କରୋନା ରଚୁଛି ତାଣ୍ଡବ: ଘୁଂଚିଲା ଏସିଆନ ଗେମ୍ସ

ବେଜିଂ: ଚୀନରେ କରୋନା ଭାଇରସ ପୁନର୍ବାର ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ଏଠାରେ ହେବାକୁ ଥିବା ଏସିଆନ ଗେମ୍ସ ଆୟୋଜନକୁ ଘଂଚାଇ ଦିଆଯାଇଛି । ଏସିଆନ ଗେମ୍ସ ଆୟୋଜକ କମିଟି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି । ୧୦ରୁ ୨୫ ସେପ୍ଟମ୍ବର ପର୍ଯ୍ୟନ୍ତ ଏହା ଆୟୋଜିତ ହେବାକୁ ଥିଲା । ବର୍ତମାନ ୨୬ ସହରକୁ ଲକଡାଉନ କରାଯାଇଛି । ପାଖାପାଖି ୨୧ କୋଟି ଲୋକ ଘରେ ବନ୍ଦ ହୋଇ ରହିଛନ୍ତି […]

Continue Reading

ଜାମ୍ମୁ କାଶ୍ମୀରରେ ବାଜିବ ନିର୍ବାଚନ ବିଗୁଲ, ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କଲେ ସୀମା ପୁନଃନିର୍ମାଣ କମିକଶନ

ନୁଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବାଜିବାକୁ ଯାଉଛି ନିର୍ବାଚନୀ ବିଗୁଲ । ଗୁରୁବାର ରାଜ୍ୟର ସୀମା ପୁନଃନିର୍ମାଣ କମିଶନ ଏହାର ଚୁଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ୬ ମେ ପର୍ଯ୍ୟନ୍ତ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ଖୋଲିଯାଇଛି । ରାଜ୍ୟରେ ନିର୍ବାଚନ ପାଇଁ ଖୁବଶିଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଜାମ୍ମୁକାଶ୍ମୀରରେ ସୀମା […]

Continue Reading

“ସଠିକ୍ ଦିଗରେ ଆବଶ୍ୟକୀୟ ପଦକ୍ଷେପ’’, ଆରବିଆଇ ରେପୋ ରେଟ୍ ବୃଦ୍ଧି ଉପରେ କେନ୍ଦ୍ର ଅର୍ଥ ସଚିବଙ୍କ ବୟାନ

ନୁଆଦିଲ୍ଲୀ: ଦେଶରେ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିବା ଲାଗି ବୁଧବାର ରିଜର୍ଭ ବ୍ୟାଙ୍କ ରେପୋରେଟ ବୃଦ୍ଧି କରିଛନ୍ତି । ଏହାକୁ ଏକ ଉତ୍ତମ ନିଷ୍ପତି କହିବା ସହ ଉଚିତ୍ ସମୟରେ ଆବିଆଇ ଉଚିତ୍ ନିଷ୍ପତି ନେଇଥିବା କହିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ସଚିବ ଟି ଭି ସୋମନାଥ । ଗତ ଦୁଇ ବର୍ଷ ଧରି ଦେଶ କରୋନା କବଳରେ ଥିବା କାରଣରୁ ରିଜର୍ବ ବ୍ୟାଙ୍କ ରେପୋରେଟରେ କୌଣସି ପରିବର୍ତ୍ତନ କରିନଥିଲେ । ବୃଦ୍ଧି ପାଇ ଚାଲିଥିବା ଦରଦାମକୁ […]

Continue Reading

ଜଡେଜାଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ପୂର୍ବତନ କ୍ରିକେଟର: କହିଲେ ଏହା କେବେ ବି ସହଜ ନୁହେଁ…

ନୂଆଦିଲ୍ଳୀ: ଚଳିତ ଆଇପିଏଲରେ ଚେନ୍ନାଇର ପୂର୍ବତନ ଅଧିନାୟକ ଜଡେଜାଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା । ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏବଂ ଦଳର ପ୍ରଦର୍ଶନକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଏହାରି ମଧ୍ୟରେ ଏହି ମାମଲା ଉପରେ ଦଳର ପୂର୍ବତନ କ୍ରିକେଟର ସେନ ୱାଟସନ ମଧ୍ୟ ଏକ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ସେ ଜାଡେଜାଙ୍କୁ ସହାନୁଭୂତି ଦେଖାଇଛନ୍ତି । ଏବଂ ତାଙ୍କର ନିଷ୍ପତ୍ତିକୁ ସେ ସ୍ୱାଗତ ଜଣାଇଛନ୍ତି । ଧୋନୀଙ୍କୁ ଅନୁସରଣ କରିବା […]

Continue Reading

କେରଳରେ ଶିଗେଲା ବ୍ୟାକ୍ଟେରିଆର ଆତଙ୍କ: ସ୍ୱରମା ଖାଇବା ପରେ ଜଣେ ମୃତ, ୫୮ ଅସୁସ୍ଥ

ନୂଆଦିଲ୍ଲୀ : କେରଳର କାସରଗୋଡ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟରେ ରବିବାର ଦିନ ସ୍ୱରମା ଖାଇବା ପରେ ୫୮ ଜଣ ଲୋକ ଅସୁସ୍ଥ ହେବା ସହ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୋଜନ ବିଷାକ୍ତ ଘଟଣା ପଛରେ ଶିଗେଲା ବ୍ୟାକ୍ଟେରିଆକୁ ଏହାର କାରଣ ଭାବେ କୁହାଯାଉଛି । ଅଧିକାରୀ ଜଣକ କହିଛନ୍ତି ଯେ, ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ କୋଜିକୋଡେ ମେଡିକାଲ […]

Continue Reading

ପଟିଆଲା ଲ’ ୟୁନିଭର୍ସିଟିରେ ‘କରୋନା ବୋମା’: ୬୦ ଛାତ୍ର ପଜିଟିଭ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପଞ୍ଜାବର ପଟିଆଲା ନ୍ୟାସନାଲ ଲ’ ୟୁନିଭର୍ସିଟିରେ ୬୦ ଜଣ ଛାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ପରେ ୟୁନିଭର୍ସିଟି ପରିସରକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କରାଯାଇଛି । ୟୁନିଭର୍ସିଟିରେ ଏତେ ସଂଖ୍ୟାରେ ପଜିଟିଭ କେସ୍ ସାମ୍ନାକୁ ଆସିବା ପରେ ୧୦ ମେ’ ପର୍ଯ୍ୟନ୍ତ ହଷ୍ଟେଲ ଖାଲି କରିବାକୁୁ ପ୍ରଶାସନ କହିଛି, ଯାହାଫଳରେ ସଂକ୍ରମଣକୁ ରୋକାଯାଇପାରିବ । ପଜିଟିଭ ବାହାରିଥିବା ଛାତ୍ରଙ୍କୁ […]

Continue Reading

ସର୍କିଟ୍ ହାଉସ୍ ରେ ରାତ୍ରି ଯାପନ କରୁଥିଲେ ମନ୍ତ୍ରୀ, ମୂଷା କାମୁଡ଼ିବା ପରେ ସାପ କାମଡ଼ିବା ଭୟରେ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶରେ ମନ୍ତ୍ରୀ ଗିରୀଷ ଚନ୍ଦ୍ର ଯାଦବଙ୍କ ସହିତ ରବିବାର ଅଜବ ଘଟଣା ଘଟିଛି । ଶୋଇଥିବା ସମୟରେ ତାଙ୍କୁ ମୂଷା କାମୁଡ଼ି ଦେଇଥିବା ଖବର ଆସିଛି । ଏହା ପରେ ସାପ କାମୁଡ଼ିଥିବା ଭୟରେ ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବିଗିଡ଼ି ଯାଇଥିଲା । ଏହି ଖବର ଜଣା ପଡ଼ିବା ପରେ ମନ୍ତ୍ରୀଙ୍କ ସହଯୋଗୀଙ୍କ ମଧ୍ୟରେ ହଡ଼କମ୍ପ ମଚି ଯାଇଥିଲା । ତୁରନ୍ତ ମନ୍ତ୍ରୀଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାୟ ଦେଢ଼ ଘଣ୍ଟାର ଚିକିତ୍ସା […]

Continue Reading

ପ୍ରଚଣ୍ଡ ତାତିର ପ୍ରଭାବ; ଏପ୍ରିଲ ମାସରେ ପାୱାର ସେକ୍ଟରକୁ ୧୬% ବୃଦ୍ଧି ପାଇଲା କୋଇଲା ଯୋଗାଣ

ନୁଆଦିଲ୍ଲୀ: ପ୍ରବଳ ଖରାରେ ଜଳୁଛି ସାରା ଭାରତ । ଆଉ ପୁରା ଦେଶରେ ବଢ଼ିଛି ବିଜୁଳିର ଚାହିଦା । ଏଭଳି ସମୟରେ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଅଭାବ ଖବର ଆସିଥିବା ବେଳେ ବିଭିନ୍ନ ରାଜ୍ୟରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତ୍ କାଟ ହେଉଛି । ସୋମବାର କୋଲ୍ ଇଣ୍ଡିଆ ଲିମିଟେଡ଼(ସିଆଇଏଲ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଏପ୍ରିଲ ମାସରେ ପାୱାର ପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଣ ୧୫.୬ ପ୍ରତିଶତ ବୃଦ୍ଧି ପାଇ ୪୯.୭ ମିଲିୟନ […]

Continue Reading