କେନ୍ଦ୍ର ମନା କରୁଛି ମୁମ୍ବାଇରୁ ଚିହ୍ନଟ ସଂକ୍ରମିତ ଏକ୍ସଇ ଭେରିଏଣ୍ଟ ନୁହଁ, ମୁମ୍ବାଇ ଏବେ ମାସ୍କ-ଫ୍ରି

ମୁମ୍ବାଇ: କରୋନା ସଂକ୍ରମଣ ପ୍ରାୟ କମି ଆସୁଥିବା ବେଳେ ହଠାତ୍ ମୁମ୍ବାଇରୁ ଆସିଲା ନୂଆ ଭେରିଏଣ୍ଟ ଖବର । ସଙ୍ଗେସଙ୍ଗେ ସାରା ଦେଶରେ ଖେଳିଗଲା ଖବର । ନୂଆ ଭେରିଏଣ୍ଟକୁ ନେଇ ଲୋକେ ହଠାତ୍ ଚିନ୍ତିତ ହୋଇପଡ଼ିଲେ । ତେବେ ଅଧିକାଂଶ ଲୋକେ ଟୀକା ନେଇଥିବାରୁ ଡର ଟିକେ କମ୍ । ତେବେ କରୋନା ସଂକ୍ରମଣ ଭାରତରେ ବ୍ୟାପିବା ଦିନରୁ ମୁମ୍ବାଇ ସର୍ବାଗ୍ରେ । ବୁଧବାର ନୂଆ ଭେରିଏଣ୍ଟ ଏକ୍ସଇ ମଧ୍ୟ ମୁମ୍ବାଇରୁ ଚିହ୍ନଟ ହୋଇଛି । […]

Continue Reading

ସମ୍ମୁଖକୁ ଆସିଲା ଯୁଦ୍ଧର ଆଉ ଏକ କରୁଣ ଚିତ୍ର:ମାଆମାନେ ପିଲାଙ୍କ ପିଠିରେ ଲେଖୁଛନ୍ତି ଠିକଣା

କୀଭ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କେତେକ ଭୟଙ୍କର ତାହାର ଆଉ ଏକ ନଗ୍ନ ଚିତ୍ର ସମ୍ମୁଖକୁ ଆସିଛି । କିପରି ମାଆମାନେ ପିଲାମାନଙ୍କୁ ବଂଚାଇବା ପାଇଁ ସେମାନଙ୍କ ପିଠିରେ ଠିକଣା ଲେଖୁଛନ୍ତି ତାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଭାଇରାଲ ହୋଇଛି । ଯଦି ରୁଷ ସେନା ଆକ୍ରମଣରେ ଅଭିଭାବକଙ୍କ ମୃତ୍ୟୁ ଘଟେ ତାହାହେଲେ ସେମାନଙ୍କ ପରିଚୟ ମିଳିପାରିବ । ଫଟୋରେ ଡାଇପର ପିନ୍ଧିଥିବା ଗୋଟିଏ ଛୋଟ ପିଲା ପିଠିରେ ପରିବାର […]

Continue Reading

ହଜାର ଫୁଟ ଉଚ୍ଚରେ ବନ୍ଦ ହେଲା ପ୍ଲେନର ଇଞ୍ଜନ: ଜୀବନକୁ ବାଜି ଲଗାଇ ପାଇଲଟ କଲେ ଏପରି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ଯୁବ ଯୁବ ସୋସିଆଲ ମିଡିଆ ୟୁଜର୍ସମାନେ ବିପଜ୍ଜନକ ଷ୍ଟଣ୍ଟକୁ ଭଲ ପାଉଥିବାର ଦେଖିବାକୁ ମିଳୁଛି । ସେମାନେ ନିଜକୁ ‘ଖତରୋ କି ଖିଲାଡି’ ଭାବେ ପ୍ରମାଣିତ କରିବାକୁ ଅଜବ କାରନାମା କରିଥାନ୍ତି । ନିକଟରେ ଏକ ଯୁବକ ସୋସିଆଲ ମିଡିଆରେ ଭାଇରାଲରେ ଖୁବ ଭାଇରାଲ ହେଉଛନ୍ତି, ଯାହାଙ୍କୁ ହଜାର ଫୁଟ ଉଚ୍ଚରେ ଉଡୁଥିବା ପ୍ଲେନରେ ବିପଜ୍ଜନକ କାରନାମା କରୁଥିବା ଦେଖିବାକୁ ମିଳିଛି । ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ଜଣେ ଯୁବକ […]

Continue Reading

ଶ୍ରୀଲଙ୍କାରେ ଅବସ୍ଥା ଗମ୍ଭୀର: ରାଷ୍ଟ୍ରପତି ଘୋଷଣା କଲେ ଜରୁରୀକାଳୀନ ପରିସ୍ଥିତି

ନୂଆଦିଲ୍ଲୀ: ସ୍ୱାଧରନତା ପରଠାରୁ ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲଗାତାର ହେଉଥିବା ଆନ୍ଦୋଳନ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଲୋକମାନେ ଲଗାତାର ରାସ୍ତା ଉପରକୁ ଆସି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଫଳରେ ଜରୁରୀକାଳୀନ ପରିସ୍ଥିତି ଏପ୍ରିଲ ୧ ତାରିଖରୁ ଲାଗୁ ନେଇ ରାଷ୍ଟ୍ରପତି ଗୋଟବାୟା ଗେଜେଟ୍ ସ୍ୱାକ୍ଷର କରିଛନ୍ତି । […]

Continue Reading

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଚାଲିଯିବେ ନୀତିଶ, ବିହାରର ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଜଣେ ବିଜେପି ନେତା, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ବର୍ତ୍ତମାନ ବଡ଼ଧରଣର ଚର୍ଚ୍ଚା ହେବାରେ ଲାଗିଛି । ଖୁବଶୀଘ୍ର ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭା ଯାଇପାରନ୍ତି ବୋଲି କିଛି ଗଣମାଧ୍ୟମର ଚର୍ଚ୍ଚା ହେବାରେ ଲାଗିଛି । ବିହାରରେ ବର୍ତ୍ତମାନ ବିଜେପି ଓ ଜେଡି(ୟୁ) ମଧ୍ୟରେ ମେଣ୍ଟ ସରକାର ଚାଲିଛି । ଗତ ବିଧାନସଭା ନିର୍ବାଚନରେ ବିଜେପି ଜେଡି(ୟୁ)ଠାରୁ ଅଧିକ ସିଟ୍ ହାସଲ କରିଥିବାରୁ ବିଭିନ୍ନ ସମୟରେ ବିଜେପି ନିଜର ବଡ଼ଭାଇ ପଣିଆ ଜାହିର କରିବା ସହ […]

Continue Reading

ଓଡ଼ିଆ ପୁଅ ହେବେ କି ଦେଶର ପରବର୍ତ୍ତୀ ରାଷ୍ଟ୍ରପତି, ବିଶ୍ୱଭୂଷଣଙ୍କୁ ନେଇ ଦିଲ୍ଲୀ ଦରବାରରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ତେଣୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏହି ମୁଦ୍ଦା ଏବେ ଉଠିବାରେ ଲାଗିଛି । ରାଜନୈତିକ ଅଙ୍କ ମୁତାବକ, ବିଜେପିକୁ ଆସନ୍ତା ରାଷ୍ଟ୍ରପତି ଭୋଟ ବେଳେ ବିଶେଷ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ । ନିକଟରେ […]

Continue Reading

ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁରୁବାର ଦିନ ସମ୍ପତ୍ତି ବିବାଦରେ ଶୁଣାଣି କରି ଦିଲ୍ଲୀର ଏକ କୋର୍ଟ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାବକ, ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ । ରାୟ ଶୁଣାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷଙ୍କୁ ସମ୍ପତ୍ତି ବିକ୍ରି ବା କୌଣସି ଅନ୍ୟ ଅଧିକାରୀକୁ ସ୍ଥଗିତ କରାଯାଇଛି । ତେବେ ଗୁରୁବାର ଦିନ ଦିଲ୍ଲୀର ସାକେତ ସ୍ଥିତ ନରେଶ କୁମାର ଲାକାରର […]

Continue Reading

ଭାରତକୁ ନିଜ ପକ୍ଷରୁ ନେବାକୁ ରୁଷ-ଆମେରିକା ମଧ୍ୟରେ ପ୍ରତିଯୋଗିତା: ଆମେରିକାର ଧମକ ପରେ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଆଜି କଠିନ ପଶାପାଲିରେ ପଡ଼ିଯାଇଛି ଭାରତ । ରୁଷର ଆକ୍ରମଣ ବିରୋଧରେ ପୂର୍ବରୁ ମିଳିତ ଜାତିସଂଘରେ ଉଠିଥିବା ପ୍ରସ୍ତାବର ଭୋଟିଂରୁ ଭାରତ ଏକାଧିକ ବାର ବିରତ ରହିଥିଲା । ଭାରତର ଉକ୍ତ ଆଭିମୁଖ୍ୟ ନେଇ ଆମେରିକା ତୀବ୍ର ବିରୋଧ କରି ଆସିଥିଲା । ତେବେ ଏହାମଧ୍ୟରେ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲୀପ ସିଂହ ଭାରତକୁ କଡ଼ା ଚେତାବନୀ ଦେଇଛନ୍ତି । ରୁଷ ଉପରେ ଆମେରିକା ଲଗାଇଥିବା କଟକଣାରୁ ଉଲ୍ଲଂଘନ […]

Continue Reading

ଏହି ୩ ରାଜ୍ୟରେ ଆଂଶିକ କୋହଳ ହେଲା ଆଫସା ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନାଗାଲାଣ୍ଡ, ଆସାମ ଏବଂ ମଣିପୁରରେ ସଶସ୍ତ୍ର ବଳ ସ୍ୱତନ୍ତ୍ର ଅଧିକାର ଆଇନ (ଆଫସା)କୁ ଆଂଶିକ ଭାବେ କୋହଳ କରିଛନ୍ତି । ଉତରପୂର୍ବ ରାଜ୍ୟରେ ଉଗ୍ରବାଦୀର ଅନ୍ତ ଘଟିଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ସେ ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି । ଏହି ନିୟମ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୁଷ୍ଟ ଥିଲେ । ଉଗ୍ରପନ୍ଥୀଙ୍କ ଉପରେ ଅଙ୍କୁଶ […]

Continue Reading

୪.୧୪ କୋଟି ଟଙ୍କା ହରାଇ ଥାନାରେ ଦ୍ୱାରସ୍ତ ଅଭିନେତ୍ରୀ ରିମି ସେନ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରିମି ସେନ୍ ଓରଫ ଶୁଭମିତ୍ରା ସେନ୍ । ନିକଟରେ ଏହି ଅଭିନେତ୍ରୀ ବଡ ଧରଣର ଠକାମୀର ଶିକାର ହୋଇଛନ୍ତି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୪.୧୪ କୋଟି ଟଙ୍କା ହରାଇ ଅଭିନେତ୍ରୀ ରିମି ସେନ୍ ଜଣେ ବ୍ୟବସାୟୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ରିପୋର୍ଟ ଅନୁଯାୟୀ ଅଭିନେତ୍ରୀ ରିମି ସେନ୍ ପ୍ରାୟ ତିନିବର୍ଷ ପୂର୍ବେ ମୁମ୍ବାଇ ଅନ୍ଧେରି ସ୍ଥିତ ଏକ ଜିମ୍ନାସୟମରେ ରୌନକ ଜତିନ ବ୍ୟାସ୍ […]

Continue Reading