ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏ ନେଇ ଏକ ପ୍ରେସ ମିଟରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ […]

Continue Reading

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଦେଇଛନ୍ତି ମାତ୍ । ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ରେକର୍ଡ ଭାଙ୍ଗିଲେ ବର୍ଷା । […]

Continue Reading

ନବୀନଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ- ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ନନେଇ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଜି ତା’ର ଜବାବ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ତା’ ଭିତରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହାଶୟ, ଆପଣ ବୁଝିବା ଅବସ୍ଥାରେ ନାହାନ୍ତି, ଥକି ଗଲେଣି। ଆଜି ପଦ୍ମପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, […]

Continue Reading

ବିଜେଡିକୁ ସୁରେଶଙ୍କ କଟାକ୍ଷ: କହିଲେ- ପଦ୍ମପୁରକୁ ରାଜଧାନୀ କରିଦେଲେ ଭଲ ହୁଅନ୍ତା

ପଦ୍ମପୁର: ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଆଉ ମଜାଳିଆ ଢଙ୍ଗରେ କହିଛନ୍ତି, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ପାଲଟି ଯାଇଛି। ଏଠି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଅଛନ୍ତି। ପଦ୍ମପୁରକୁ ପରମାନେଣ୍ଟଲି ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୧୦ରୁ ୧୫ ଦିନ ହେଲା ଓଡ଼ିଶା […]

Continue Reading

ଗୁଜରାଟ ନିର୍ବାଚନ: ବିଜେପି ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ଅମିତ ଶାହ ଚଳାଇଲେ ନୂଆ ଗୋଟି

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି ବିଦ୍ରୋହୀ। ଟିକେଟ ପାଇ ନ ଥିବା ଦଳୀୟ ନେତାମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରୁଥିବାରୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ବିଜେପି ପ୍ରଥମ ପର୍ଯ୍ୟାୟରେ ୧୮୨ ଆସନରୁ ୧୬୦ଟି ସ୍ଥାନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏହି ସମୟରେ ଦଳ ୩୮ ଜଣ ନେତାଙ୍କ ଟିକେଟ କାଟି ଦେଇଛି। ଏହାକୁ ନେଇ ଅସନ୍ତୋଷ ବଢ଼ୁଛି। ତେଣୁ ବିଦ୍ରୋହୀଙ୍କୁ କାଉଣ୍ଟର କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ […]

Continue Reading

ପଦ୍ମପୁର ଭୋଟ୍‌: ମିଛ ପ୍ରେସ୍ ରିଲିଜ୍ ବାଣ୍ଟିଲା ବିଜେଡି, ହଟହଟା ହେଲେ ବିଧାୟକ

ଭୁବନେଶ୍ୱର: ଚାଷୀ ସମସ୍ୟା ଓ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଏବେ ପଦ୍ମପୁର ଉପନିର୍ବାଚନରେ ଶାସକ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ଦଳ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ମିଛ ତଥ୍ୟ ପ୍ରଦାନ କରାଯାଉଛି । ଯାହାକୁ ନେଇ ଶାସକ ବିଜେଡିର ବିଧାୟକଙ୍କୁ ସର୍ବସମ୍ମୁଖରେ ହଟହଟା ହେବାକୁ ପଡ଼ିଛି । ଆଉ ଏପଟେ ମିଛ ପ୍ରେସ୍ ରିଲିଜ୍ ଦେଇଥିବା ଦଳର ମୁଖପାତ୍ର ମଧ୍ୟ ନିଜ ଭୁଲ୍ ପାଇଁ ଅନୁତପ୍ତ କରିବାକୁ ବି ଆଗ୍ରହ ଦେଖାଉନାହାନ୍ତି । […]

Continue Reading

ଗୁଜରାଟ ନିର୍ବାଚନ ପାଇଁ ବିଜେପିର ପ୍ରଥମ ତାଲିକା, କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ୍

ନୂଆଦିଲ୍ଲୀ : ଗୁଜରାଟ ନିର୍ବାଚନ ପାଇଁ ବିଜେପି ଜାରି କରିଛି ପ୍ରଥମ ପ୍ରାର୍ଥୀ ତାଲିକା । ତାଲିକାରେ ରହିଛି ୧୬୦ ଜଣଙ୍କ ନାଁ । କ୍ରିକେଟରଙ୍କ ନାଁ ବି ଏହି ନିର୍ବାଚନରେ ଚର୍ଚ୍ଚା ପାଲଟିଛି । ବିଜେପି ନେତା ହାର୍ଦ୍ଦିକ ପଟେଲ ବିରମଗାଁ ଆସନ ପାଇଁ ଟିକେଟ ପାଇଛନ୍ତି । କ୍ରିକେଟର ରବୀନ୍ଦ୍ର ଡାଜେଜାଙ୍କ ପତ୍ନୀ ରିଭାବା ଜାମନଗର ନର୍ଥ ଆସନ ପାଇଁ ଟିକେଟ ପାଇଛନ୍ତି । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଘାଟୋଲିଆ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା […]

Continue Reading

ଧାମନଗର ଉପନିର୍ବାଚନ: ଭୋଟ୍ ଦେବାରେ ମହିଳା ଆଗୁଆ

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରମାନେ ଅଧିକ ଉତ୍ସାହ ଦେଖାଇଛନ୍ତି । ଗତକାଲି ସୁଦଶା ବ୍ରତ ସତ୍ତ୍ୱେ ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୬ହଜାର ଅଧିକ ମହିଳା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଧାମନଗର ଉପନିର୍ବାଚନ ପାଇଁ ଗତକାଲି ମତଦାନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆସନ୍ତା ୬ତାରିଖରେ ଗଣତି ହେବ । ୨ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ମୋଟ୍ ୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇ ରହିଥିବାବେଳେ ମୋଟ […]

Continue Reading

‘ଭାରତଯୋଡ଼ୋ ଯାତ୍ରା ବନ୍ଦ କରି ରାହୁଲ ଗୁଜରାଟ ଓ ହିମାଚଳ ପ୍ରଦେଶ ଯାଆନ୍ତୁ’

ପାଣାଜୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା ବନ୍ଦ କରି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ଫୋକସ କରନ୍ତୁ। ଏହା କହିଛନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ ସରଦିନା। କଂଗ୍ରେସ ସାଂସଦ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଫ୍ରାନସିସକୋ କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଭାରତ ଯୋଡା ଯାତ୍ରାକୁ ବନ୍ଦ କରି ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଉପରେ ଧ୍ୟାନ ଦେବା ଉଚିତ୍। କାରଣ […]

Continue Reading

ଗୋଟିଏ ଦିନରେ ମଠ, ମସଜିଦ ଓ ଚର୍ଚ୍ଚ ଗଲେ ରାହୁଲ ଗାନ୍ଧି, ୪-୫ ଭାରତ ଯୋଡ଼ୋ ଯାତ୍ରା ବନ୍ଦ

ବେଙ୍ଗାଲୁରୁ: କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରା ୨୬ ଦିନରେ ପହଞ୍ଚିଛି। କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ୋ ପଦଯାତ୍ରା କଶ୍ମୀର ଯାଏ ଚାଲିବ। ଏହାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧି ଯାତ୍ରାର ୨୬ତମ ଦିନରେ କର୍ଣ୍ଣାଟକାର ମହୀଶୂରରେ ଥିବା ଗୋଟିଏ ମଠ, ମସଜିଦ ଓ ଚର୍ଚ୍ଚାକୁ ଯାଇ ସମର୍ଥନ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ଦିନରେ ରାହୁଲ ୩ଟି ଧାର୍ମିକ ଅନୁଷ୍ଠାନକୁ ଯାଇଥିବାରୁ ଏହାକୁ ନେଇ […]

Continue Reading