ଆଇପିଏଲ ୨୦୨୨: ୭ଟି ଟିମ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଲେ !

ମୁମ୍ବାଇ: ୨୦୨୨ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୭ଟି ଟିମ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ବଜାୟ ରଖିଛନ୍ତି । ତେବେ ଏଥିନେଇ ସେମାନେ ବିଧିବଦ୍ଧ କୌଣସି ଘୋଷଣା କରି ନାହାନ୍ତି ।ଚେନ୍ନାଇ ସୁପର କିଙ୍ଗସ: ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନୀ, ଋତୁରାଜ ଗାଏକ୍ୱାଡ, ମୋଇନ ଅଲୀ ।କୋଲକାତା ନାଇଟ ରାଇଡର୍ସ: ସୁନୀଲ ନାରିନ, ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତି, ଭେଙ୍କେଟେଶ ଆୟାର ।ସନରାଇଜର୍ସ ହାଇଦ୍ରାବାଦ: କେନ […]

Continue Reading

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁ ଦଳ ୯ ଉଇକେଟରେ ୧୬୫ ରନ କରିଥିଲା । ଟମ ଲାଥାମ(୫୨), ୱିଲିୟମ ସମରଭିଲ୍ଲେ (୩୬) ଓ କେନ ୱିଲିୟମସନ ୨୪ ରନ କରିଥିଲେ । ତେବେ ନ୍ୟୁଜିଲାଣ୍ଡ […]

Continue Reading

ଆୟାର ରଚିଲେ ଇତିହାସ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତର ଶ୍ରେୟାଶ ଆୟାର । ପ୍ରଥମ ଭାରତୀୟ ଭାବେ ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ୧୯୭୧ରେ ସୁନୀଲ ଗାଭାସ୍କର ଏହି ରେକର୍ଡ କରିଥିଲେ । ଓଭରାଲ ସେ ବିଶ୍ୱର ୧୬ତମ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ଖେଳାଳିମାନେ ହେଲେ କେଏସ ରଣଜିତ ସିଂହଜୀ,ଜର୍ଜ ଗନ, […]

Continue Reading

ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

କାନୁପର: ପ୍ରଥମ କ୍ରିକେଟ ଟେଷ୍ଟର ୪ର୍ଥ ଦିବସରେ ଟିମ ଇଣ୍ଡିଆ ୨୮୪ ରନର ଟାର୍ଗେଟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି । ଏହାର ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ଉଇକେଟ ହରାଇ ୪ରନ ସଂଗ୍ରହ କରିଛି । ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶ୍ରେୟାସ ଆୟାର (୬୫) ଓ ରିଦ୍ଧିମାନ ଶାହ(୬୧ ନଟଆଉଟ)ଙ୍କ ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ୭ ଉଇକେଟରେ […]

Continue Reading

ଓମିକ୍ରନକୁ ନେଇ ଭୟ, ମହିଳା ଜୁନିୟର ହକି ବିଶ୍ୱକପ ସ୍ଥଗିତ

ଲୌସାନ୍ନେ: କରୋନା ଭାଇରସର ନୂତନ ଭ୍ୟାରିଆଂଟ ଓମିକ୍ରନକୁ ନେଇ ଭୟ ଉପୁଜିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରେ ସାରା ବିଶ୍ୱ ପୁଣି ଚିନ୍ତାରେ ପଡି ଯାଇଛି । ଏଠାରେ ହେବାକୁ ଥିବା ଜୁନିୟର ମହିଳା ହକି ବିଶ୍ୱକପକୁ ସ୍ଥଗିତ ରଖାଯାଇଛି । ଏହା ଡିସେମ୍ବର ୫ରୁ ଆରମ୍ଭ ହେବାକୁ ଥିଲା । ସମସ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାର ଆମର ମୂଳ ଲକ୍ଷ୍ୟ ବୋଲି ଆୟୋଜକ ଦେଶ ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ […]

Continue Reading

୪ ବଲରେ ୪ ଉଇକେଟ ନେଲେ ନାଲକାଣ୍ଡେ

ନୂଆଦିଲ୍ଲୀ: ସୟେଦ ମୁସ୍ତାକ ଅଲି ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ ବିଦର୍ଭ ପେସ ବୋଲର ଦର୍ଶନ ନାଲକାଣ୍ଡେ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ସେମିଫାଇନାଲରେ କର୍ଣ୍ଣାଟକ ବିପକ୍ଷରେ ନାଲକାଣ୍ଡେ ୨୦ ତମ ଓଭରରେ କ୍ରମାଗତ ୪ଟି ବଲରେ ଅନିରୁଦ୍ଧ ଯୋଶୀ, ବି.ଶରଥ. ଜେ ସୁଚିଥ ଓ ଅଭିନବ ମନୋହରଙ୍କ ଉଇକେଟ ନେଇଥିଲେ । ଟି୨୦ରେ ଏହା ତାଙ୍କର ଦ୍ୱିତୀୟ ହ୍ୟାଟ୍ରିକ । ଅଭିମନ୍ୟୁ ମିଥୁନଙ୍କ ପରେ ୪ଟି ବଲରେ ୪ଟି ଉଇକେଟ ନେବାରେ ସେ ଭାରତର ଦ୍ୱିତୀୟ […]

Continue Reading

୨ଟି ନୂତନ ଟିମ ସହ ୨୦୨୨ ଆଇପିଏଲ ଭାରତରେ ହେବ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଭାରତରେ ହେବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସେକ୍ରେଟାରୀ ସଚିବ ଜୟ ଶାହା କହିଛନ୍ତି । ୨ଟି ନୂଆ ଟିମ ସହ ରୋମାଂଚଭରା ଆଇପିଏଲ ଭାରତୀୟ ଦର୍ଶକ ଘରୋଇ ପରିବେଶରେ ଏଥର ଉପଭୋଗ କରିବେ ବୋଲି ସେ ଦି ଚାମ୍ପିୟନ୍ସ କଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ଆଗକୁ ନିଲାମ ପ୍ରକ୍ରିୟା ମଧ୍ୟ ବଡ ଧରଣର ହେବ ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟ, ୨୦୨୧ ସଂସ୍କରଣ କରୋନା […]

Continue Reading

ଆଇସିସି ଘୋଷଣା କଲା ମେଗା ଇଂଭେଟର କାର୍ଯ୍ୟସୂଚୀ: ୨୦୨୬, ୨୦୩୧ ବିଶ୍ୱକପ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ମେଗା ଇଭେଂଟର କାର୍ଯ୍ୟସୂଚୀ ଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଂଟ ଆୟୋଜନ କରିବା ଅଧିକାର ମିଳିଛି । ଏହା ମଧ୍ୟରେ ୨୦୨୬ରେ ଶ୍ରୀଲଙ୍କା ସହିତ ଭାରତ ମିଳିତ ଭାବେ ଟି୨୦ ବିଶ୍ୱକପ ଏବଂ ୨୦୩୧ରେ ବାଂଲାଦେଶ ସହ ଦିନିକିଆ ବିଶ୍ୱକପ ଆୟୋଜନ କରିବ । ଏହା ବ୍ୟତୀତ ୨୦୨୯ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଭାରତରେ ହେବ । ସୂଚନାଯୋଗ୍ୟ, ପୂର୍ବରୁ ୨୦୨୩ […]

Continue Reading

ଟି୨୦ ବିଶ୍ୱକପ : ସର୍ବଶ୍ରେଷ୍ଠ ଟିମରେ ସ୍ଥାନ ପାଇଲେନି କୌଣସି ଭାରତୀୟ, ବାବର ଅଧିନାୟକ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ପ୍ରଦର୍ଶନ ବିଚାରକୁ ନେଇ ଆଇସିସି ଶ୍ରେଷ୍ଠ ଏକାଦଶ ଘୋଷଣା କରିଛି । ଏଥିରେ ଭାରତର କୌଣସି ଖେଳାଳି ସ୍ଥାନ ପାଇ ନ ଥିବା ବେଳେ ପାକିସ୍ତାନର ବାବର ଆଜମଙ୍କୁ ଅଧିନାୟକ କରାଯାଇଛି । ବାବର ୬ ମ୍ୟାଚରେ ୬୦.୬୦ ଆଭରେଜରେ ୩୦୩ ରନ କରିଥିଲେ । ଭାରତ ସୁପର ୧୨ ଆଗକୁ ଯାଇ ପାରି ନ ଥିବା ବେଳେ ପାକିସ୍ତାନ ସେମିରୁ ବିଦାୟ ନେଇଥିଲା । ଆଇସିସି ପ୍ୟାନେଲ ଇଆନ ବିଶପ, […]

Continue Reading

ମହିଳା ଜୁନିୟର ହକି ବିଶ୍ୱକପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହେବାକୁ ଥିବା ଏଫଆଇଏଚ ମହିଳା ଜୁନିୟର ହକି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଲାଲରେମସିଆମି ନେତୃତ୍ୱରେ ଘୋଷିତ ଏହି ଦଳରେ ୨ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଆଜମିନା କୁଜୁର ଓ ଜୀବନ କିଶୋରୀ ଟପ୍ପୋ । ଦକ୍ଷିଣ ଆଫ୍ରିକାର ପୋଚେଫ୍ରଷ୍ଟ୍ରୁମରେ ୫ ଡିସେମ୍ବରରୁ ୧୬ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ୧୬ ଟିମକୁ ନେଇ ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ […]

Continue Reading