ଅଜବ ବିଜୟଙ୍କ ଗଜବ ପଦକ୍ଷେପ

ମାଡ୍ରାସ: ଘରୋଇ କ୍ରିକେଟରେ ମୁରଲୀ ବିଜୟଙ୍କୁ ନେଇ ଏକ ଅଦ୍ଭୁତପୂର୍ଣ୍ଣ ଖବର ହସ୍ତଗତ ହୋଇଛି । ସୟେଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ବାୟୋବବଲରେ ରହିବାକୁ ପଡିବ ବୋଲି ସେ ଏଥିରୁ ଓହରି ଯାଇଛନ୍ତି । ବିଜୟ କୋଭିଡ ୧୯ ଭ୍ୟାକ୍ସିନ ମଧ୍ୟ ନେଇ ନାହାନ୍ତି । ତେବେ ବିସିସିଆଇ ନିୟମ ଅନୁସାରେ ଖେଳାଳିଙ୍କୁ କୋଭିଡ ଭ୍ୟାକ୍ସିନ ନେବାକୁ ପଡିବ । ଏହା ପରେ ବାୟୋବବଲରେ ରହି କ୍ରିକେଟ ଖେଳିବାକୁ ହେବ । ଯାହାକୁ ଖୋଲାଖୋଲି ଭାବେ […]

Continue Reading

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ମାଗିଲେ ରୋହିତ, ଅଧିନାୟକ ହେବେ ରାହାନେ !

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା ବିଶ୍ରାମ ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବିରାଟ କୋହଲି ପ୍ରଥମ ଟେଷ୍ଟରୁ ଓହରିଯିବା ପରେ ରୋହିତଙ୍କୁ ଏହି ମ୍ୟାଚରେ ଅଧିନାୟକ କରିବା ପାଇଁ ଯୋଜନା ଚାଲିଥିଲା । ଏବେ ରୋହିତ ବିଶ୍ରାମ ନେବା ପାଇଁ କହିବା ପରେ ବୋର୍ଡ ଅଜିଙ୍କ୍ୟ ରାହାନେଙ୍କୁ […]

Continue Reading

କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିନେଇଛି । ମୁମ୍ବାଇ ପୋଲିସର ଆଇଟି ସେଲ ୨୩ ବର୍ଷୀୟ ରାମନଗେଶ ଅଲିବାଥିନୀଙ୍କୁ ହାଇଦ୍ରାବାଦରେ ଧରିଥିଲା । ଯୁବକଜଣକ ସଫ୍ଟୱେୟାର ଇଜିଂନିୟର ଓ ଆଇଆଇଟି ହାଇଦ୍ରାବାଦରେ ବିଟେକ କରିଥିଲେ । ଏବେ ସେ ଏକ ଫୁଡ ଡେଲିଭରୀ ଆପରେ କାର୍ଯ୍ୟରତ ଥିଲେ । ଟି୨୦ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ କ୍ରମାଗତ ୨ଟି ମ୍ୟାଚରେ ଟିମ୍ […]

Continue Reading

ଭାରତର ଆଶା ଧୂଳିସାତ: ଆଫଗାନିସ୍ତାନକୁ ହରାଇ ସେମିରେ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନଙ୍କୁ ଝଟକା । ଭାରତୀୟ ଦଳର ଟି-୨୦ ବିଶ୍ୱକପ୍ ସେମିଫାଇନାଲ ଆଶା ଆଶାରେ ରହିଯାଇଛି । ନ୍ୟୁଜିଲାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିବା ସହିତ ଚତୁର୍ଥ ଦଳ ଭାବରେ ସେମିରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୧୨୪ ରନ୍ କରିଥିବା ବେଳେ ୨ ୱିକେଟ ହରାଇ ୧୧ ବଲ ପୂର୍ବରୁ ବିଜୟ ହାସଲ କରି ନେଇଥିଲା ନ୍ୟୁଜିଲାଣ୍ଡ । ଅଧିନାୟକ କେନ ୱିଲିୟମସନ୍ ସର୍ବାଧିକ ୪୦ […]

Continue Reading

୨୦୨୨ ଟି୨୦ ବିଶ୍ୱକପ ପାଇଁ ଭାରତ ସମେତ ୮ଟିମର ଯୋଗ୍ୟତା ଅର୍ଜନ

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ସମେତ ୮ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏହି ଟିମଗୁଡିକ ହେଲା ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ବାଂଲାଦେଶ । ତେବେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ଏହି ୨ଟି ଟିମ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ଏଥିରେ ସାମିଲ ହୋଇପାରିବେ । ଆଇସିସି ନିୟମ ଅନୁସାରେ ଚଳିତ ଟି୨୦ ବିଶ୍ୱକପରେ ସୁପର […]

Continue Reading

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି । ଏ ନେଇ ଟୁଇଟରରେ ବ୍ୟାନ ଆଇପିଏଲ ଟ୍ରେଣ୍ଡ କରିବାରେ ଲାଗିଛି । ଆଇପିଏଲରେ ଅଧିକ ଅର୍ଥ ରୋଜଗାର ହେଉଥିବାରୁ ଦେଶ ପକ୍ଷେ […]

Continue Reading

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା […]

Continue Reading

ଟି୨୦ ବିଶ୍ୱକପ କ୍ରିକେଟ: ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଏକ ଗୁରତ୍ୱପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । କ୍ରମାଗତ ଦ୍ୱିତୀୟ ପରାଜୟ ଯୋଗୁ ସଙ୍କଟରେ ପଡିଯାଇଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୮ ଉଇକେଟ ହରାଇ ୧୪୩ ରନ କରିଥିଲା । ଇଭାନ ଲୁଇସ ସର୍ବାଧିକ ୫୬ ରନ କରିଥିଲେ । ଦକ୍ଷିଣ ଆଫ୍ରିକାର ଡ୍ୱେନ ପ୍ରିଟୋରିୟସ ୩ଟି ୱିକେଟ ନେଇଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ […]

Continue Reading

ମୁଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କଲେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । କୋଚ ପଦ ପାଇଁ ଆବେଦନ କରିବା ଶେଷ ତାରିଖ ଆଜି (୨୬-୧୦) ଥିଲା । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅନ୍ତ ଘଟିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦ ଛାଡିବା ନିଶ୍ଚିତ ହୋଇଛି । ତାଙ୍କ ସ୍ଥାନରେ ଦି ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ଦ୍ରାବିଡ ଏହି ଗୁରୁ […]

Continue Reading

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ […]

Continue Reading