ଟି୨୦ ବିଶ୍ୱକପ କ୍ରିକେଟ : ଅଷ୍ଟ୍ରେଲିଆ ସମ୍ମୁଖରେ ୧୧୯ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଆବୁଧାବି: ଟି୨୦ ବିଶ୍ୱକପର ସୁପର ୧୨ ମୁକାବିଲାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ବିପକ୍ଷ ଏହି ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଆଡେନ ମାର୍କମଙ୍କ ୪୦ ରନର ଇନିଂସ ଯୋଗୁ ଦଳ ଏକ ଆଭରେଜ ସ୍କୋର କରିପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ ଓ […]

Continue Reading

ଆଇପିଏଲ ବିଡିଂ ରେ ସାମିଲ୍ ହେବ ବାରବାଟୀ ଷ୍ଟାଡିୟମ !

କଟକ : ଆଇପିଏଲ ବିଡିଂ ରେ ସାମିଲ୍ ହେବ କଟକ ବାରବାଟୀ ଷ୍ଟାଡିୟମ। ଆଉ ଚଳିତ ମାସ ୨୫ ତାରିଖରେ ନୂଆ ଟିମ୍ ପାଇଁ ବିଡିଂ ପ୍ରକ୍ରିୟା କରାଯିବ । ଏଥିପାଇଁ ଆଗ୍ରହ ଦେଖାଇଛି ଜିନ୍ଦଲ୍ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ । ଆଇପିଏଲ ୨୦୨୨ ଵିଡିଙ୍ଗରେ କଟକ ସାମିଲ ହୋଇଛି । ପାଖାପାଖି ୨୦ଟି କମ୍ପାନୀ ବିଡିଂରେ ରହିଛନ୍ତି । ଜିନ୍ଦଲ ବିଡିଂରେ ଥିବା ଯୋଗୁଁ କଟକ ଟିମ୍ ନେଇ ଆଶାଵାଦୀ ଥିବା କହିଛନ୍ତି ଓଡିଶା କ୍ରିକେଟ […]

Continue Reading

IPL ଟିମ୍ କିଣିବେ ବଲିଉଡ଼ ଷ୍ଟାର ଦମ୍ପତି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜିନ୍‌ରେ ମୈଦାନରେ ଷ୍ଟାର ଦମ୍ପତିଙ୍କ ଦବଦବା ଦେଖିବାକୁ ମିଳିବ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ ଜଣଙ୍କର ମଧ୍ୟ IPL ଟିମ୍ ହେବ । ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ରୁ ଟିମ୍ ବିଡିଂ ହୋଇପାରେ । ସବୁଠୁ ବଡ଼ ଦୁଇ ବିଡର୍ସଙ୍କୁ ଟିମର […]

Continue Reading

ଡ୍ରାଭିଡ ହେବେ ଟିମ ଇଣ୍ଡିଆର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର କୋଚ ହେବାକୁ ଯାଉଛନ୍ତି ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ । ବିସିସିଆଇର ଜନୈକ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଡ୍ରାଭିଡ ଶ୍ରୀଲଙ୍କା ଗସ୍ତରେ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ରବି ଶାସ୍ତ୍ରୀ ବିଶ୍ୱକପ ପରେ କୋଚ ପଦରୁ ହଟିବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ୨୦୧୭ରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏହା ପରେ ନ୍ୟୁଜିଲାଣ୍ଡ […]

Continue Reading

ସୟେଦ ମୁସ୍ତାକ ଅଲୀ ଟି୨୦: ଓଡିଶାର ନେତୃତ୍ୱ ନେବେ ରାଜେଶ

ଭୁବନେଶ୍ୱର: ଓଡିଶା କ୍ରିକେଟ ଆସୋସିଏଶନ (ଓସିଏ) ବୁଧବାର ସୟେଦ ମୁସ୍ତାକ ଅଲୀ ଟି୨୦ ଟୁର୍ଣ୍ଣାମେଂଟ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି । ଏହି ଦଳର ନେତୃତ୍ୱ ନେବେ ରାଜେଶ ଧୂପର । ଅକ୍ଟୋବର ୨୭ରେ ରାଜେଶଙ୍କ ନେତୃତ୍ୱରେ ଓଡିଶା ଟିମ ଲକ୍ଷ୍ନୌ ଯିବ । ଟୁର୍ଣ୍ଣାମେଂଟ ଲକ୍ଷ୍ନୌରେ ୪ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ । ନଭେମ୍ବର ୪ରେ ଓଡିଶା ତାର ପ୍ରଥମ ଏଲିଟ ଗ୍ରୁପ ମୁକାବିଲାରେ ଗୋଆକୁ ଭେଟିବ । ଏହା […]

Continue Reading

ଟି୨୦ ବିଶ୍ୱକପ: ଅକ୍ଷରଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ଶାର୍ଦ୍ଦୁଳ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ବୁଧବାର ଭାରତୀୟ ଦଳରେ ସାମାନ୍ୟ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଚୂଡାନ୍ତ ଦଳରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ଷ୍ଟାଣ୍ଡବାଇ ଖେଳାଳିଙ୍କ ମଧ୍ୟରେ ଶ୍ରେୟାସ ଆୟାର, ଦୀପକ ଚହର ଓ ଶାର୍ଦ୍ଦୁଳ ଠାକୁର ସ୍ଥାନ ପାଇଥିଲେ । ଏବେ ଅକ୍ଷରଙ୍କ ମୂଖ୍ୟ ଦଳରୁ ଷ୍ଟାଣ୍ଡବାଇକୁ ଅଣା ଯାଇଛି । ଚେନ୍ନାଇ […]

Continue Reading

ରୋନାଲ୍ଡୋଙ୍କ ଆଉ ଏକ କୀର୍ତିମାନ: ଆନ୍ତର୍ଜାତୀୟ ମୁକାବିଲାରେ ସର୍ବାଧିକ ହ୍ୟାଟ୍ରିକ ଗୋଲ

ନୂଆଦିଲ୍ଲୀ: ପର୍ତୁଗାଲର ମହାନ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବୁଧବାର ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ସେ ସର୍ବାଧିକ ଥର ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । ସେ ସ୍ୱୀଡେନର ସ୍ୱେନ ରିଡଲେ ୯ଥର ରେକର୍ଡକୁ ରୋନାଲ୍ଡୋ ଭଙ୍ଗ କରିଛନ୍ତି । ଏଥିସହ ସେ ଆନ୍ତର୍ଜାତୀୟ ଫୁଟବଲରେ ଓଭରାଲ ୧୧୫ ଗୋଲ ସ୍କୋର କରି ଶୀର୍ଷରେ ରହିଛନ୍ତି । ୟୁରୋକପ ଅବସରରେ ସେ ଇରାନର ଅଲୀ ଡେଇଙ୍କ ୧୦୯ ଗୋଲର ରେକର୍ଡ ଭଙ୍ଗ […]

Continue Reading

ଭୁବନେଶ୍ୱରରେ ହେବ ଜାତୀୟ ଚେସ ଏକାଡେମୀ

ଭୁବନେଶ୍ୱର: ଭାରତର କ୍ରୀଡା କେନ୍ଦ୍ର ହେବାକୁ ଯାଉଛି ଓଡିଶା । ଭୁବନେଶ୍ୱରରେ ଜାତୀୟ ଚେସ ଏକାଡେମୀ ହେବା ନେଇ ଘୋଷଣା କରିଛି ସର୍ବଭାରତୀୟ ଚେସ ଫେଡେରେଶନ । କିଟ ଓ କିସ କ୍ୟାମ୍ପସରେ ଏହାକୁ ସ୍ଥାପନ କରାଯିବ । ଜୟପୁରରେ ଆୟୋଜିତ ବାର୍ଷିକ ବୈଠକରେ ଏଆଇସିଏଫ ଓଡିଶା ଚେସ ଆସୋସିଏଶନ ସଭାପତି ରଞ୍ଜନ ମହାନ୍ତିଙ୍କୁ ଜାତୀୟ ଫେଡେରେଶନର ଯୁଗ୍ମ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏଥିନେଇ ମହାନ୍ତି ଓ ଏଓସିଏର ସମ୍ପାଦକ ଦେବବ୍ରତ ଭଟ୍ଟ ଏଆଇସିଏଫ […]

Continue Reading

ଜାତୀୟ ଜୁନିୟର ଖୋ ଖୋ: ବାଳିକା ବିଭାଗର କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଜୁନିୟର ଖୋ ଖୋ ଚାମ୍ପିୟନଶିପରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଶୁକ୍ରବାର ଓଡିଶା ବାଳିକା ଟିମ୍ ହିମାଚଳ ପ୍ରଦେଶକୁ ୨୬-୫ ପଂଏଟରେ ପରାସ୍ତ କରିଥିଲା । ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଓଡିଶା ଦଳ ପରାଜିତ କରିଥିଲେ । ବାଳିକା ବିଭାଗର ଅନ୍ୟ ପ୍ରମୁଖ ମୁକାବିଲାରେ ପଞ୍ଜାବ, ଉତରାଖଣ୍ଡ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ ଓ ପଞ୍ଜାବ ବିଜୟ ହାସଲ କରିଥିଲେ । ବାଳକ ବିଭାଗରେ […]

Continue Reading

ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ: ବାଳକ ବିଭାଗରେ ମଧ୍ୟପ୍ରଦେଶକୁ ହରାଇଲା ଓଡିଶା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ । ଓଡିଶା ବାଳକ ଦଳ ବିଜୟ ସହ ସେମାନଙ୍କ ଅଭିଯାନ ସ୍ୱତନ୍ତ୍ର ଷ୍ଟାଇଲରେ ଆରମ୍ଭ କରିଛନ୍ତି । ଓଡିଶା ୨୨ ପଂଏଟ ଏବଂ ଗୋଟିଏ ଇନିଂସରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ଓଭରାଲ ଓଡିଶା ୨୮ ଏବଂ ଏମପି ୬ ପଂଏଟ ସ୍କୋର କରିଥିଲା । ବାଳକ ବିଭାଗର ଅନ୍ୟ ମୁକାବିଲାରେ ଆନ୍ଧ୍ରପ୍ରଦେଶ ୧୨ ପଂଏଟରେ ଅରୁଣାଚଳ ପ୍ରଦେଶକୁ, ମହାରାଷ୍ଟ୍ର […]

Continue Reading