ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ ଆବୁଧାବିରେ ୮ ମ୍ୟାଚ ଖେଳାଯିବ । ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ ଅକ୍ଟୋବର ୮ରେ ବାଙ୍ଗାଲୋର ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ […]

Continue Reading

ହକିରେ ଭାରତ ହାରିଲା: ମେରୀ କମ୍‌, ମନିକାଙ୍କ କମାଲ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ବିଚାରକୁ ନେଲେ ମହିଳା ଖେଳାଳିମାନେ ସମ୍ମାନ ରଖିଛନ୍ତି । ହକିରେ ଭାରତୀୟ ପୁରୁଷ ଦଳ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ୧-୭ରେ ପରାଜିତ ହୋଇଛି । ଟିମ ବ୍ରାଣ୍ଡ, ଜୋଶୁଆ ବେଲ୍ଟଜ, ଡାନିଏଲ ଜେମ୍ସ, ଫ୍ଲାୟନ ଆଣ୍ଡ୍ର‌୍ୟୁ, ଜେରେମି ଥମାସ, ବ୍ଲାକ ଗୋଭର୍ସ ଅଷ୍ଟ୍ରେଲିଆ ପକ୍ଷରୁ ଗୋଲ ସ୍କୋର କରିଥିବା ବେଳେ ଭାରତ ତରଫରୁ ଦିଲପ୍ରୀତ ସିଂ ଏକମାତ୍ର ଗୋଲଟି ଦେଇଥିଲେ । ମେରୀ କମ୍ ଜିତିଲେ: ମହିଳା ବକ୍ସିଂରେ […]

Continue Reading

ଡେବ୍ୟୁ ଫିଲ୍ମ ପାଇଁ ପ୍ରସ୍ତୁତ ହରଭଜନ ସିଂ

ମୁମ୍ବାଇ: ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରଥମ ଥର ପାଇଁ ଫିଲ୍ମ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ହେଉଛି ‌‘ଫ୍ରେଣ୍ଡସିପ୍’। ଫିଲ୍ମର ସୁଟିଂ ବି ଶେଷ ହୋଇ ସାରିଲାଣି। ଏହି ଚଳଚ୍ଚିତ୍ରର ନିର୍ମାତା କିରଣ ରେଡ୍ଡୀ ମାନ୍ଦାଦି ହରଭଜନଙ୍କ ଫିଲ୍ମ ସୁଟିଂ ଶେଷ ହେବା ନେଇ ତାଙ୍କ ପ୍ରଶଂସକଙ୍କୁ ଅବଗତ କରାଇଛନ୍ତି। ଏହାଛଡା ସିନେମା ପାଇଁ ଖୁବ୍‌ ଶୀଘ୍ର ହରଭଜନ ତାଙ୍କ ଡବିଂ ମଧ୍ୟ ଆରମ୍ଭ କରିବେ ବୋଲି ମଧ୍ୟ ନିର୍ମାତା […]

Continue Reading

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା କରାଯାଉଥିଲା । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଏଣ୍ଟ ହାସଲ କରି […]

Continue Reading

କ୍ୱାର୍ଟରରେ ହାରିଲେ ଦୀପିକା-ପ୍ରବୀଣ, ସାଇରାଜ-ଚିରାଗ ପରବର୍ତୀ ରାଉଣ୍ଡରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର‌୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ୨୧-୧୬, ୧୬-୨୧ ୨୭-୨୫ରେ ସେମାନେ ଏହି ବିଜୟ ହାସଲ କରିଥିଲେ ।ତୀରନ୍ଦାଜ: ଭାରତର ତିରନ୍ଦାଜ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ […]

Continue Reading

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ

ଟୋକିଓ: ଅଲିମ୍ପିକସରେ ପଦକ ଖାତା ଖୋଲିଛି ଭାରତ । ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ମୀରାବାଇ ଚାନୁ । ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ୮୪ କିଲୋଗ୍ରାମ ଓ ଦ୍ୱିତୀୟ ପ୍ରୟାସରେ ୮୭ କିଲୋମଗ୍ରାମ […]

Continue Reading

ପଦକ ସମ୍ଭାବନା ସୃଷ୍ଟି କଲେ ଶୁଟର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ଶୁଟର ସୌରଭ ଚୌଧୁରୀ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଇଭେଂଟର ଫାଇନାଲରେ ସେ ପ୍ରବେଶ କରିଛନ୍ତି । ସୌରଭ ୬ ସିରିଜ କ୍ୱାଲିଫାଇଂ ରାଉଣ୍ଡରେ ୬୦୦ରୁ ୫୮୬ ପଂଏଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିଲେ । ଅନ୍ୟ ଭାରତୀୟ ଅଭିଷେକ କ୍ୱାଲିଫାଇଂ ରାଉଣ୍ଡରୁ ବାଦ୍ ପଡିଛନ୍ତି । ସେ ୫୭୫ ପଂଏଟ ହାସଲ କରି ୧୭ତମ ସ୍ଥାନରେ ରହିଥିଲେ । କ୍ୱାଲିଫାଇଂରେ […]

Continue Reading

କ୍ୱାର୍ଟରରେ ଦୀପିକା-ପ୍ରବୀଣ, ରୋଇଂରେ ଭାଗ୍ୟ ଆଶାରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଚାଇନିଜ ତାଇପେ ଯୋଡିଙ୍କୁ ୫-୩ରେ ପରାସ୍ତ କରିଥିଲେ । ପ୍ରଥମ ସେଟ ୩୫-୩୬ରେ ହାରିବା ପରେ ଦ୍ୱିତୀୟ ସେଟ ୩୮-୩୮ରେ ଡ୍ର ରହିଥିଲା । ତୃତୀୟ ସେଟରେ ଭାରତୀୟ ଯୋଡି ୪୦-୩୫ରେ ଜିତି ମୁକାବିଲାକୁ ୩-୩ ରୋମାଂଚକ ସ୍ଥିତିକୁ ଆଣି ଦେଇଥିଲେ । ଚତୁର୍ଥ ସେଟକୁ ଦୀପିକା-ଯାଦବ ୩୭-୩୬ରେ ଜିତିବା ସହ […]

Continue Reading

ଶ୍ରୀଲଙ୍କା ସମ୍ମୁଖରେ ୨୨୬ ରନର ଟାର୍ଗେଟ ରଖିଲା ଟିମ୍ ଇଣ୍ଡିଆ

କଲମ୍ବୋ: ଏଠାରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୨୬ ରନର ବିଜୟ ଲକ୍ଷ୍ୟ ଶ୍ରୀଲଙ୍କା ସମ୍ମୁଖରେ ରଖିଛି । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୨୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ପୃଥ୍ୱୀ ଶ (୪୯), ସଞ୍ଜୁ ସାମସନ (୪୬), ସୂର୍ଯ୍ୟକୁମାର ଯାଦବ (୪୦) ରନର ଇନିଂସ ଖେଳିଥିଲେ । ଶ୍ରୀଲଙ୍କା ସ୍ପିନର ପ୍ରବୀଣ ଜୟବିକ୍ରମା ଓ ଅଙ୍କିଲା ଧନଞ୍ଜୟ […]

Continue Reading

ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଭେଂଟ: ଉତ୍ସାହଜନକ ରହନି ଭାରତୀୟଙ୍କ ପ୍ରଦର୍ଶନ

ଟୋକିଓ: କ୍ରୀଡା ମହାକୁମ୍ଭର ବିଗୁଲ ବାଜି ସାରିଛି । ଆଗକୁ ଆଉ ତ୍ରୁଟି ଗ୍ରହଣୀୟ ହେବନି । ଶ୍ରେଷ୍ଠଙ୍କ ମଧ୍ୟରେ ଶ୍ରେଷ୍ଠ ହେବାକୁ ହେଲେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାକୁ ପଡିବ । ତେବେ ତୀରନ୍ଦାଜ ର‌୍ୟାଙ୍କିଙ୍ଗ ଇଂଭେଟରେ ଭାରତୀୟଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ପୁରୁଷ ଟିମ ର‌୍ୟାଙ୍କିଙ୍ଗରେ ଭାରତର ପ୍ରବୀଣ, ଅତନୁ ଦାସ ଓ ତରୁଣଦୀପ ରାୟ ୯ମ ସ୍ଥାନରେ ରହିଛନ୍ତି । ଭାରତ ପଛକୁ କେବଳ ଗ୍ରେଟବ୍ରିଟେନ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ […]

Continue Reading