ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Continue Reading

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି । ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି […]

Continue Reading

କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ପାଶ୍ଚାତ୍ୟ ପୋଷାକ ଉପରେ ଲାଗିପାରେ ବ୍ୟାନ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ […]

Continue Reading

କର୍ଣ୍ଣାଟକରେ ବିଜୁଳି ରାଜନୀତି, ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଛି ବିଜେପି। ୟୁନିଟ ପିଛା ବିଜୁଳି ଦର ୭୦ ପଇସା ବୃଦ୍ଧିକୁ ନେଇ ବିଜେପି କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ଆନ୍ଦୋଳନକୁ ଓଲ୍ହାଇଛି। କଂଗ୍ରେସର […]

Continue Reading

ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିବାରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ସମ୍ବଲପୁରର ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସେହିପରି ସୋନପୁର, ବାରିପଦା, ଟିଟିଲାଗଡ଼ ଓ ରାଉରକେଲାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ […]

Continue Reading

‘ମଧ୍ୟପ୍ରଦେଶ ରାଜନୀତି’, ତୀଵ୍ର ହେଉଛି ବିଜେପି କଳି

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି। ବିଜେପି ପକ୍ଷରୁ ସାରା ଦେଶରେ ଏବେ ମହା ଜନସମ୍ପର୍କ ଯାତ୍ରା ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ବି ଯାତ୍ରା ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟରେ ଯାତ୍ରାକୁ ବ୍ୟାପକ ଭାବେ କରାଯାଉଛି। କିନ୍ତୁ ଏ ଭିତରେ ଦଳର ଗୋଷ୍ଠୀକନ୍ଦଳ ପଦାକୁ ଆସିଛି। ମଧ୍ୟପ୍ରଦେଶର ବିଜେପି ନେତାମାନେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ସାଂସଦ ରୋଡ଼ମଲ ନାଗରଙ୍କ କାର୍ଯ୍ୟକ୍ରମରେ ଅସନ୍ତୋଷ […]

Continue Reading

ଆସନ୍ତାକାଲି କଟକ ଆସିବେ ମମତା ବାନାର୍ଜୀ, ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠାଇଲେ ପ୍ରଶ୍ନ

କୋଲକାତା: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତାକାଲି କଟକ ଗସ୍ତ କରିବେ ବୋଲି ଆଜି ସେ କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲ ପରିଦର୍ଶନ ସମୟରେ ମମତା ବାନାର୍ଜୀ ଆହତ ପୀଡ଼ିତାଙ୍କୁ ଭେଟି ଘଟଣାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତଦନ୍ତକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସିବିଆଇ ତଦନ୍ତରେ ସନ୍ତୋଷଜନକ ଫଳ ମିଳୁନଥିବା କହି ପୂର୍ବ […]

Continue Reading

World Environment Day 2023 ; କଇଁଛ ପିଠିରେ ପ୍ଳାଷ୍ଟିକ୍ ମୁକ୍ତ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ଦିନ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ପାଇଁ ବର୍ତ୍ତା ଦେଇଛନ୍ତି । ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକ କିଭଳି ଭାବେ ସାମୁଦ୍ରିକ ଜୀବନ ଉପରେ କୁପ୍ରଭାବ ପକାଇଥାଏ, ତାହାକୁ ନେଇ କଳା ମାଧ୍ୟମରେ ସଚେତନତା ସୃଷ୍ଟି କରିଛନ୍ତି । ଏକ କଇଁଛର ବାଲୁକା ମୂର୍ତ୍ତି ଏବଂ ତା’ ପିଠିରେ ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକୁ ଏହି ବାଲୁକା କଳାରେ ଦେଖିବାକୁ ମିଳିଛି । […]

Continue Reading

ବାହାନଗାର ଭୟଙ୍କର ଟ୍ରେନ ଟ୍ରାଜେଡିରେ ସାରା ବିଶ୍ୱ ସ୍ତବ୍ଧ; ସବୁଠି ଶୋକର ଛାୟା

ଭୁବନେଶ୍ୱର: ଶୁକ୍ରବାର ସେଇ କାଳ ରାତିରେ ଘଟିଗଲା ଭୟଙ୍କର ଦୁର୍ଘଟଣା । ଗୋଟିଏ ନୁହେଁ ତିନୋଟି ଟ୍ରେନ ଏକ ସଙ୍ଗରେ ଦୁର୍ଘଟଣାଗ୍ରସ୍ତ ହେଲେ । ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଦୁର୍ଘଟଣାର ସେ ଭୟଙ୍କର ଦୃଶ୍ୟ । ଏ ଦୃ୍ଶ୍ୟ ଖାଲି ସ୍ଥାନୀୟ ବାସିନ୍ଦା ନୁହେଁ, ସାରା ବିଶ୍ୱବାସୀଙ୍କ ହୃଦୟକୁ ଭିଜାଇ ଦେଇଛି । ସମସ୍ତେ ସ୍ତବ୍ଧ । ସମସ୍ତଙ୍କ ହୃଦୟ ଶୋକାକୁଳ । ସବୁଠି ଆସୁଛି ଶୋକର ବାର୍ତ୍ତା । ବାଲେଶ୍ୱର ଜିଲ୍ଲା ବାହନଗାଠାରେ ଘଟିଥିବା […]

Continue Reading

ଦୁର୍ଘଟଣାସ୍ଥଳରୁ ମେଡିକାଲ୍ ଯାଇ ଆହତଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ ‘ଛାଡ଼ ପାଇବେନି ଦୋଷୀ’

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଉଦ୍ଧାର ଓ ମରାମତି କାର୍ଯ୍ୟର ସମୀକ୍ଷା ପରେ ପିଏମ୍ ମୋଦି ବାଲେଶ୍ୱର ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ମେଡିକାଲରେ ଆହତଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଡାକ୍ତର, ରୋଗୀଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କୁ ଫୋନ୍ କରି ଉତ୍ତମ ଚିକିତ୍ସା ପାଇଁ ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତେ ବଡ଼ […]

Continue Reading