ବାହାନଗା ଟ୍ରାଜେଡିର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣା ମାମଲାର ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡର ତୃତୀୟ ଦିନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ସିବିଆଇ ପରୀକ୍ଷା କରିଛି । ସୂଚନା ଅନୁଯାୟୀ, ଜୁନ ୨ରେ ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ନିଜ କର୍ତ୍ତବ୍ୟ ଅବହେଳା କରିଥିବାରୁ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ସିବିଆଇ ଅନେକ […]

Continue Reading

୧୦୦ କୋଟି ଟଙ୍କାକୁ ବଢିଲା ସେତୁ ଯୋଜନା ବ୍ୟୟ ଅଟକଳ: ୧୦ଟି ସ୍ଥାନକୁ ମିଳିବ ଏହା ଫାଇଦା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଏହାକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକର ଅବଶିଷ୍ଟ ୯ ଗୋଟି ପଞ୍ଚାୟତକୁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ତେବେ ରାଜ୍ୟ ସରକାରଙ୍କ ଏହି ବିଜୁ ସେତୁ ଯୋଜନାରେ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ବ୍ୟୟ ଅଟକଳ ୫୦ କୋଟି ଥିବା ବେଳେ ବର୍ତ୍ତମାନ ଏହାକୁ ୧୦୦ କୋଟିକୁ ବୃଦ୍ଧି […]

Continue Reading

ଭୁବନେଶ୍ୱରରୁ ଗିରଫ ହେଲେ ଦୁଇ ଜିଏସଟି ଠକ

ଭୁବନେଶ୍ୱର: ନକଲି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭୁବନେଶ୍ୱରସ୍ଥିତ ଜିଏସଟିର ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଜିଜିଆଇ) ଦୁଇ ଜିଏସଟି ଠକକୁ ଗିରଫ କରିଛି। ଏହି ଦୁଇ ଠକ ଦିଲ୍ଲୀ ବାହାରେ ଜିଏସଟି ଠକେଇ କରି ସାରି ଭୁବନେଶ୍ୱରରେ ରହୁଥିଲେ। ଜିଏସଟିର ଗୁଇନ୍ଦା ରିପୋର୍ଟ ଆଧାରରେ ଏହି ଦୁଇ ଜଣ ଗିରଫ ହୋଇଛନ୍ତି। ଏହି ଦୁଇ ଜଣ ଅନ୍ୟ ଲୋକଙ୍କ ଆଧାର ଓ ପ୍ୟାନ କାର୍ଡ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିବା […]

Continue Reading

ଏହି ମନ୍ଦିରରେ ପୂଜା ପାଆନ୍ତିନି ଦେବାଦେବୀ

ଭୁବନେଶ୍ୱର: ମନ୍ଦିର ମାଳିନୀ ସହର ଭାବରେ ଭୁବନେଶ୍ୱର ଖୁବ୍ ଜଣାଶୁଣା। ଏହି ସ୍ଥାନରେ କେତେ ଯେ ପ୍ରାଚୀନ କାରୁକାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଆଜି ବି କାଳବକ୍ଷରେ ଲୁକ୍କାୟିତ ହୋଇ ରହିଛି ଯାହାର ଆବିର୍ଭାବ ସମୟାନୁସାରେ ହୋଇ ଚାଲିଛି । ଏଥି ମଧ୍ୟରେ ରହିଛି ପୁରୁଣା ଭୁବନେଶ୍ବରର ଉତ୍ତର ଦରଜା ବଡୁ ସାହିର ଶୁକଶାରୀ ମନ୍ଦିର ।ଏହି ମନ୍ଦିରଟି ବିନ୍ଦୁ ସାଗର ର ଦକ୍ଷିଣ ଦିଗରେ ଅବସ୍ଥିତ l ଯଦିଓ ଏଠାରେ ଅନେକ ବର୍ଷ ହେଲା ପୂଜା ବନ୍ଦ […]

Continue Reading

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୩ ଦିନିଆ ଅନୁଗୁଳ ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିପାଇଁ ଅନୁଗୁଳ ଗସ୍ତ କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୨୭ ତାରିଖ ପର୍ଯ୍ୟନ୍ତ ସେ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନ ଗସ୍ତ କରି ସେଠାରେ ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପ୍ରଧାନ ୪ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୋଦୀ ସରକାରଙ୍କ ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ […]

Continue Reading

ଆରମ୍ଭ ହେବ ବାହୁଡା ଯାତ୍ରା ପ୍ରସ୍ତୁତି, ରବିବାରରେ ହେବ ୩ ରଥର ଦକ୍ଷିଣମୋଡ

ପୁରୀ : ଗୁଣ୍ଡିଚା ମନ୍ଦିରରେ ଶେଷ ହୋଇଆସୁଛି ମହାପ୍ରଭୁଙ୍କ ଲୀଳାଖେଳ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ଟଣା ଯିବ ରଥ । ରବିବାରରେ ୩ରଥର ହେବ ଦକ୍ଷିଣ ମୋଡ । ବର୍ତ୍ତମାନ ଚାଲିଛି ୩ରଥର ଯାଞ୍ଚ । ଏହା ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି । ସୂଚନା ଅନୁସାରେ, ଶ୍ରୀଜିଉଙ୍କ ନବଦିନାତ୍ମକ ଘୋଷଯାତ୍ରାର ଶନିବାର ପଞ୍ଚମ ଦିନ । ପଞ୍ଚମ ଦିନରେ ହେରାପଞ୍ଚମୀ ତିଥୀ ପାଳନ କରାଯାଏ । ଏଥିରେ ମାଆ ଲକ୍ଷ୍ମୀ ସାଆନ୍ତାଣି […]

Continue Reading

କଟା ଡ୍ରେସ ପିନ୍ଧିଲେ ଦିଅଁ ଦର୍ଶନ ମନା: ଶ୍ରଦ୍ଧାଳୁଙ୍କ ପୋଷାକ ଉପରେ ଲାଗିଲା କଟକଣା

ପୁରୀ: ଏଣିକି ଶ୍ରୀମନ୍ଦିର ଯିବା ପାଇଁ ଭକ୍ତଙ୍କଙ୍କ ପୋଷାକ ଉପରେ ଲାଗିବାକୁ ଯାଉଛି କଟକଣା । ଅଙ୍ଗ ପ୍ରଦର୍ଶନ କରୁଥିବା ଭଳି କିଛି ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ । ଶରୀର ସମସ୍ତ ଅଙ୍ଗକୁ ଢାଙ୍କିବା ପରେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଶ୍ରଦ୍ଧାଳୁ । ମନ୍ଦିର ପରିସରରେ ପାଶ୍ଚାତ୍ୟ ପୋଷାକ ଉପରେ ଲାଗିପାରେ ବ୍ୟାନ । ଅନେକ ଦିନରୁ ଏ ନେଇ ତର୍ଜମା ଚାଲିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ […]

Continue Reading

କର୍ଣ୍ଣାଟକରେ ବିଜୁଳି ରାଜନୀତି, ଗୋଟିଏ ପଟେ ଦେଲେ ଆରପଟେ ନେଲେ!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ ଜିତାଇବା ପାଇଁ ମାଗଣା ବିଜୁଳି ପ୍ରସଙ୍ଗ ପ୍ରମୁଖ ଭୁମିକା ଗ୍ରହଣ କରିଥିଲା। କିନ୍ତୁ ଏବେ କର୍ଣ୍ଣାଟକରେ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓଲ୍ହାଇଛି ବିଜେପି। ୟୁନିଟ ପିଛା ବିଜୁଳି ଦର ୭୦ ପଇସା ବୃଦ୍ଧିକୁ ନେଇ ବିଜେପି କର୍ଣ୍ଣାଟକର କଂଗ୍ରେସ ସରକାର ବିରୋଧରେ ଆନ୍ଦୋଳନକୁ ଓଲ୍ହାଇଛି। କଂଗ୍ରେସର […]

Continue Reading

ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ସୋମବାର ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରହିଥିବାରୁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସନ୍ଧ୍ୟାରେ ଜାରି ହୋଇଥିବା ବୁଲେଟିନ୍ ଅନୁଯାୟୀ, ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ସମ୍ବଲପୁରର ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସେହିପରି ସୋନପୁର, ବାରିପଦା, ଟିଟିଲାଗଡ଼ ଓ ରାଉରକେଲାରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ […]

Continue Reading

‘ମଧ୍ୟପ୍ରଦେଶ ରାଜନୀତି’, ତୀଵ୍ର ହେଉଛି ବିଜେପି କଳି

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ବ୍ୟାପକ କାର୍ଯ୍ୟକ୍ରମ କରୁଛନ୍ତି। ବିଜେପି ପକ୍ଷରୁ ସାରା ଦେଶରେ ଏବେ ମହା ଜନସମ୍ପର୍କ ଯାତ୍ରା ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ବି ଯାତ୍ରା ଚାଲିଛି। ଆଗକୁ ନିର୍ବାଚନ ଥିବାରୁ ରାଜ୍ୟରେ ଯାତ୍ରାକୁ ବ୍ୟାପକ ଭାବେ କରାଯାଉଛି। କିନ୍ତୁ ଏ ଭିତରେ ଦଳର ଗୋଷ୍ଠୀକନ୍ଦଳ ପଦାକୁ ଆସିଛି। ମଧ୍ୟପ୍ରଦେଶର ବିଜେପି ନେତାମାନେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ସାଂସଦ ରୋଡ଼ମଲ ନାଗରଙ୍କ କାର୍ଯ୍ୟକ୍ରମରେ ଅସନ୍ତୋଷ […]

Continue Reading