ଫେବ୍ରୁଆରି ୩ ରୁ ଝୁମିବ ରାଜଧାନୀ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କ ପକ୍ଷରୁ ଫେବ୍ରୁଆରି ୩ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡ଼ିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” l ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏକାମ୍ର ଉତ୍ସବ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆ […]

Continue Reading

ପୁରୀ ଷ୍ଟେସନ କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ: ଅଲଗା ହେଲା ଟ୍ରେନର ବଗି

ପୁରୀ: ୬ ମାସରୁ ରେଲୱେ ଷ୍ଟେସନରେ ଏବଂ ଟ୍ରେନ ଜନିତ ଦୁର୍ଘଟଣା ଖୁବ ବଢିବାରେ ଲାଗିଛି । ବର୍ତ୍ତମାନ ପୁରୀର ରେଲୱେ ଷ୍ଟେସନରେ ମଧ୍ୟ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ଷ୍ଟେସନର କୋଚିଂ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କୋଚିଂ ଡିପୋରେ ଥିବା ଏକ ଟ୍ରେନରେ ନିଆଁ ଲାଗି ଯାଇଥିବା ଜାଣିବାକୁ ମିଳିଛି । ଟ୍ରେନରେ ଥିବା ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି । ତେବେ ନିଆଁ […]

Continue Reading

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଜାରି ହେଲା କଟକଣା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟୁଖା ଉପରେ କଟକଣା ଜାରି ହେଲା। ପାନଗୁଟୁଖାକୁ ନିଷିଦ୍ଧ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କଟକଣା ଜାରି କରାଯାଇଛି। ଜାନୁଆରୀ ୧ରୁ ଡ୍ରେସକୋଡ୍ ଭଳି ପାନଗୁଟୁଖାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ତାଙ୍କର ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଭିତରେ କେହି ପାନଗୁଟୁଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଏପରିକି ସେବାୟତଙ୍କୁ ବି ପାନଗୁଟୁକା ଖାଇବା ଉପରେ […]

Continue Reading

ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ: ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବଙ୍କ ଚିଠି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖିଛନ୍ତି । ୨୧ ତାରିଖ ସକାଳ ୯ଟା ୩୦ ମିନିଟରେ ଏହି ନିର୍ବାଚନ ହେବ । ଗତ ୮ ତାରିଖରେ ବିଧାନସଭା ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଥିଲେ । ତା’ ପରଠାରୁ ଉକ୍ତ ପଦ ଖାଲି ପଡ଼ିଥିଲା । ତେଣୁ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ […]

Continue Reading

ଆଇଏଫଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଇଏଫଏସ୍‌ ସ୍ତରରେ ଅଦଳବଦଳ। IFS ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କଲେ ରାଜ୍ୟ ସରକାର। ଆଇଏଫଏସ୍ ସୁଶାନ୍ତ ନନ୍ଦଙ୍କୁ ଆଜି ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ (ପିସିସିଏଫ-ୱାଇଲଡ୍ ଲାଇଫ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ( ସିଏଡବ୍ଲ୍ୟୁଏଲଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସୁଶୀଲ କୁମାର ପୋପଲି ଗତକାଲି ଚାକିରିରୁ ଅବସର ନେବାପରେ ଏହି ପଦ ଖାଲି ପଡ଼ିଥିଲା। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି […]

Continue Reading

ସମାଜସେବୀ କାଳୀପ୍ରସାଦ ସାମନ୍ତାରାୟଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ବିଶିଷ୍ଟ ସମାଜ ସେବୀ, ଓଡିଆ ଭାଷା ସଂସ୍କୃତିର ପ୍ରଚାରକ ତଥା ବିଜୁ ପଟ୍ଟନାୟକ କଲେଜ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟଆଣ୍ଡ ସୋସିଆଲ୍‌ ୱାର୍କ, ବିଚୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ ଓ ଦି ମଦର ପବ୍ଲିକ୍‌ ସ୍କୁଲ୍‌ ଆଦି ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ସ୍ୱର୍ଗତ କାଳୀପ୍ରସାଦ ସାମନ୍ତାରାୟଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସମାବେଶ ଜଗନ୍ନାଥ ନଗର ସ୍ଥିତ ଶିକ୍ଷାନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ସ୍ୱର୍ଗତ ସାମନ୍ତରାୟଙ୍କ ପ୍ରତିମୂର୍ତ୍ତିରେ ନିମନ୍ତ୍ରିତ […]

Continue Reading

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା […]

Continue Reading

ରାଜଧାନୀରେ ଭୟଙ୍କର ହେଉଛି ଡେଙ୍ଗୁ

ଭୁବନେଶ୍ୱର: ରାଜଧାନରେ ଡେଙ୍ଗୁ ଭୟ ।  ଡେଙ୍ଗୁ ନେଇଗଲା ଜୀବନ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀରେ ଜଣେ ୭ ବର୍ଷ ଝିଅର ମୃତ୍ୟୁ ଘଟିଛି । ମୃତ ଶିଶୁ କନ୍ୟାଟି ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ସାଇସ୍ମିତା ସାହୁ ଓରଫ୍ ପିହୁ  । ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଝିଅଟିକୁ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା । ହେଲେ  ଚିକିତ୍ସାଧୀନ ଥିବା ବେଳେ  ତାହାର ମୃତ୍ୟୁ ଘଟିଥିଲା । କିଛି ଦିନ ତଳେ ପରୀକ୍ଷା […]

Continue Reading

JE ସିଭିଲ୍ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ JE ସିଭିଲ ମେନ୍ ପରୀକ୍ଷା ରଦ୍ଦ କଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ। ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ। ବାଲେଶ୍ୱର ଏସପିଙ୍କ ରିପୋର୍ଟ ଅନୁସାରେ ପରୀକ୍ଷା ରଦ୍ଦ ହୋଇଛି। ଏଥିସହ ସେପ୍ଟେମ୍ବର ୩ରେ ସାନି ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି। ସେପଟେ ବାଲେଶ୍ୱର ଏସପି ସାଗରିକା ନାଥ ଆଜି ସୂଚନା ଦେଇଛନ୍ତି ଯେ, […]

Continue Reading

ସୁବିଧା ଲୋନ୍ ପାଇଁ ଯାଆନ୍ତୁ HDFC

ଭୁବନେଶ୍ବର: ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ପୂର୍ବ ଭାରତରେ ଏକ ମେଗା ଦୁଇ ଚକିଆ ଯାନ ଋଣ କାର୍ନିଭାଲ’ ଡ୍ରାଇଭ ଆୟୋଜନ କରୁଛି। ଏହି କର୍ନିଭାଲ ଜୁଲାଇ ୧୮ରୁ ଆରମ୍ଭ ହୋଇ ୨୦ରେ ଶେଷ ହେବ। ପୂର୍ବ ଭାରତର ୯୪୦ ରୁ ଅଧିକ ଶାଖା ଏବଂ ଓଡିଶାର ୧୩୦ ଟି ବ୍ୟାଙ୍କ ଶାଖା ଏହି ଡ୍ରାଇଭ ଆୟୋଜନ କରିବେ। ଦୁଇ ଚକିଆ ଡିଲର ଶାଖାଗୁଡିକରେ ଗ୍ରାହକଙ୍କୁ ସେମାନଙ୍କ ଗାଡି ପ୍ରଦର୍ଶନ କରିବାକୁ ଉପସ୍ଥିତ ଥିବାବେଳେ ବ୍ୟାଙ୍କ ସମସ୍ତ […]

Continue Reading