ଖରାପ ପାଗ ଯୋଗୁ ହୋଇଥିଲା ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଡିସେମ୍ବର ୮ରେ ତାମିଲନାଡୁରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହେବାର ଏକ ମାସ ପରେ ଏହା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି।

ଘଟଣାର ତଦନ୍ତ ପାଇଁ ଗଠିତ କମିଟିର ସୂତ୍ରରୁ ପ୍ରକାଶ ଯେ ଖରାପ ପାଗ ହେତୁ ଏହି ହେଲିକପ୍ଟର ଦୁର୍ଘଟଣା ଘଟିଥାଇପାରେ। ତଦନ୍ତ କମିଟି ଶୀଘ୍ର ଏହାର ରିପୋର୍ଟ ଦାଖଲ କରିବ ଏବଂ ନିକଟରେ ଏହାର କାରଣ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ମଧ୍ୟ ଆଶା କରାଯାଉଥିଲା।

ବାସ୍ତବରେ, ଏନଡିଟିଭି ସୂତ୍ରରୁ ପ୍ରକାଶ ଯେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଅଧିକାରୀଙ୍କ ଦୁର୍ଘଟଣାର ତଦନ୍ତ ପ୍ରାୟ ଶେଷ ହୋଇଛି ଏବଂ ଏହା ଶୀଘ୍ର ଦାଖଲ ହେବ। ଯଦିଓ ବାୟୁସେନା କିମ୍ବା ସରକାର ତଦନ୍ତ କିମ୍ବା ଏହାର ରିପୋର୍ଟ ଉପରେ କୌଣସି ବିବୃତ୍ତି ଦେଇନାହାଁନ୍ତି, କିନ୍ତୁ ଦୁର୍ଘଟଣାର କାରଣ ଖରାପ ପାଗ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଏପର୍ଯ୍ୟନ୍ତ ବିବୃତ୍ତିକୁ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

Leave a Reply

Your email address will not be published. Required fields are marked *