କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଯାଜପୁରର ପାଣିକୋଇଲିରେ ଆମ୍ବ ଏବଂ ପନିପରିବା ପାଇଁ ଖୋଲିବ ଉତ୍କର୍ଷ କେନ୍ଦ୍ର

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫଳ ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବେଙ୍ଗାଲୁରୁ, ଯାଜପୁର ଏବଂ ଗୋଆରେ ଡ୍ରାଗନ୍ ଫଳ, ଆମ୍ବ, ପନିପରିବା ଏବଂ ଫୁଲ ପାଇଁ ତିନୋଟି ସେଣ୍ଟର ଅଫ୍ ଏକ୍ସଲେନସି (ସିଓଇ) ପ୍ରତିଷ୍ଠା କରାଯିବ ବୋଲି କୃଷି ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି। ଏବେ ସୁଦ୍ଧା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ୪୯ ଟି ସେଣ୍ଟର ଅଫ୍ ଏକ୍ସଲେନସି କୁ ଅନୁମୋଦନ କରିଛି, ସେଥିମଧ୍ୟରୁ ୩ ଟି ମାର୍ଚ୍ଚ ୯, ୨୦୨୩ ରେ ମିଶନ ଫର ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର (ଏମଆଇଡିଏଚ୍‌) ଅଧୀନରେ ଅନୁମୋଦିତ ହୋଇଛି ।

କର୍ଣ୍ଣାଟକର ବେଙ୍ଗାଲୁରୁର ହିରେହଲି ପରୀକ୍ଷା କେନ୍ଦ୍ରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚରାଲ୍ ରିସର୍ଚ୍ଚ (ଆଇଆଇଏଚଆର) ଦ୍ୱାରା ଡ୍ରାଗନ୍ ଫ୍ରୁଟ୍‌ ପାଇଁ ଏକ ସିଓଇ ପ୍ରତିଷ୍ଠା କରାଯିବ। ଆମ୍ବ ଏବଂ ପନିପରିବା ପାଇଁ ଦ୍ୱିତୀୟ ସିଓଇ ଭାରତ-ଇସ୍ରାଏଲ ଆକ୍ସନ ପ୍ଲାନ ଅନ୍ତର୍ଗତ ଓଡିଶାର ଯାଜପୁର ଜିଲ୍ଲାରେ ପ୍ରତିଷ୍ଠା ହେବ। ପନିପରିବା ଏବଂ ଫୁଲ ପାଇଁ ତୃତୀୟ ସିଓଇ ଭାରତ-ଇସ୍ରାଏଲ୍ ଆକ୍ସନ୍ ପ୍ଲାନ୍ ଅନ୍ତର୍ଗତ ଦକ୍ଷିଣ ଗୋଆର ପୋଣ୍ଡାସ୍ଥିତ ଏକ ସରକାରୀ କୃଷି ଫାର୍ମରେ ପ୍ରତିଷ୍ଠା ହେବ।

ଜଳବାୟୁ ପରିବର୍ତ୍ତନର ଆହ୍ୱାନ ମଧ୍ୟରେ ସମସ୍ତ କୃଷକମାନଙ୍କୁ ନୂତନ ଟେକ୍ନୋଲୋଜି ଏବଂ ଗବେଷଣା ପାଇଁ ସୁନିଶ୍ଚିତ କରିବା ଆବଶ୍ୟକତା ଉପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଗୁରୁତ୍ୱାରୋପ କରିଥିଲେ । ଭାରତୀୟ କୃଷି ଅନୁସନ୍ଧାନ (ଆଇସିଆର) ସୋସାଇଟିର ୯୪ ତମ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ ଏହି କ୍ଷେତ୍ରକୁ ଅଧିକ ବିକାଶ କରାଯିବା ଉଚିତ।

Leave a Reply

Your email address will not be published. Required fields are marked *