ରାଜଧାନୀରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Top Storise ରାଜ୍ୟ

ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଦିନ ଦି’ପହରରେ ବୁଲିଲା ଖଣ୍ଡା। ନୟାପଲ୍ଲୀ ଥାନା ସିଆର୍‌ପି ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଗୁରୁତର ଦୁଇ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। କମିଶରେଟ୍‌ ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍‌ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ କରିପାରି ନାହିଁ। ସେମାନଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ। ଅଭିଯୁକ୍ତଙ୍କୁ ପୁଲିସ୍‌ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସେପଟେ ରାଜଧାନୀର ଏକ ବାର୍ଥ ଡେ’ ପାର୍ଟିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ୟୁନିଟ୍‌-୮ ଅଞ୍ଚଳର ଦେବାଶିଷ ପ୍ରଧାନ ଓରଫ୍‌ ମାଲିଙ୍ଗା(୨୪), ରଙ୍ଗମାଟିଆ ଅଞ୍ଚଳର ଦୀପକ କୁମାର ସେଠୀ(୨୪) ଓ ଦାଶରାଜା ବସ୍ତିର ସ୍ୱାଧୀନ ନାୟକ ଓରଫ୍‌ ସାନୁ (୨୨)। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ୍‌ ଖୋଳତାଡ କରୁଛି।

Leave a Reply

Your email address will not be published. Required fields are marked *