ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା

Top Storise ରାଜ୍ୟ

ଭୁବନେଶ୍ଵର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ଚାଷୀମାନଙ୍କ ରୋଜଗାର କମିଥିବା ବେଳେ ଗାଈଗୋରୁଙ୍କ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରତ୍ୟକ ଚାଷୀଙ୍କ ଗୋଖାଦ୍ୟ ବାବଦକୁ ସର୍ବାଧିକ ୬ ହଜାର ଟଙ୍କା ଯାଏ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧.୨ ଲକ୍ଷ ଚାଷୀ ଉପକୃତ ହେବ।

ସହାୟତା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ପାଇଁ ସବୁ କ୍ଷେତ୍ର ମାନ୍ଦାଅବସ୍ଥାରେ ଥିବା ବେଳେ କେବଳ କୃଷି ଓ ଏହାର ଆନୁଷଙ୍ଗିକ କ୍ଷେତ୍ର ଅର୍ଥନୀତିକୁ ଶକ୍ତି ଯୋଗାଇଛି। ଲକଡାଉନ ଓ ସଟଡାଉନରେ ମଧ୍ୟ ଚାଷୀମାନେ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷ କରି ଗ୍ରାମ୍ୟ ଅର୍ଥନୀତି ଏଥିପାଇଁ କମ ପ୍ରଭାବିତ ହୋଇଛି। ବିଶେଷ କରି ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍ଧ ଚାଷର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏ ସମୟରେ ଏହି ସହାୟତା ସେମାନଙ୍କ ଉନ୍ନତି କ୍ଷେତ୍ରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *