ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି ଅସୁବିଧାରେ ନପଡ଼ନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Top Storise ରାଜ୍ୟ

ଭୁବନେଶ୍ୱର : ଓଡିଶାର ମିଶନାରିଜ୍ ଅଫ ଚାରିଟୀର ଅନ୍ତେବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ  ନିର୍ଦ୍ଦେଶ ଦେଲେ।

ଓଡିଶାରେ ମିଶନାରିଜ୍ ଅଫ ଚାରିଟୀ ଦ୍ବାରା ପରିଚାଳିତ ବିଭିନ୍ନ ସଂସ୍ଥା ଯଥା କୁଷ୍ଠାଶ୍ରମ ଓ ଅନାଥାଶ୍ରମ ମାନଙ୍କରେ ଥିବା ଅନ୍ତେବାସୀମାନେ ଯେପରି କୌଣସି ସମସ୍ୟା ବିଶେଷ କରି ଖାଦ୍ୟ ନିରାପତ୍ତା ତଥା ସ୍ବାସ୍ଥ୍ୟ ସଂପର୍କୀତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆବଶ୍ୟକ ପଡିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସଂସ୍ଥାଗୁଡିକୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ଯେ ଓଡ଼ିଶାରେ ମିଶନାରିଜ୍ ଅଫ ଚାରିଟୀ ପକ୍ଷରୁ ପରିଚାଳିତ ଅନେକ କୁଷ୍ଠାଶ୍ରମ ଓ ଅନାଥାଶ୍ରମ ରହିଛି।

Leave a Reply

Your email address will not be published. Required fields are marked *