ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି ପାରିଛନ୍ତି ବୋଲି ସେ କହିଛନ୍ତି ।

ପୂର୍ବରୁ ଅରୁଣାଚଳ ପ୍ରଦେଶର ଏମପି ଯୁବକଜଣଙ୍କ ନିଖୋଜ ହେବା କଥା ଟୁଇଟ କରିଥିଲେ । ଭାରତୀୟ ସେନା ଏ ନେଇ ଚୀନ ସହ ଯୋଗାଯୋଗ କରିଥିଲେ । ପିଏଲଏ ପକ୍ଷରୁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *