ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଚିତ୍ତରଞ୍ଜନଙ୍କ ପରିବାରକୁ ଭେଟିଛି କ୍ରାଇବ୍ରାଞ୍ଚ ଟିମ୍ ଏବଂ ଚିତ୍ତ ରଞ୍ଜନଙ୍କ ପରିବାରର ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
ଏହା ସହ ପୁରୀ ବାସେଳୀସାହି ଥାନାରେ ଚାଲିଛି ଜେରା । ଅଟକ ଥିବା ଚିତ୍ତର ସାଙ୍ଗ ଶାସନ ଦାମୋଦର ପୁରର ଜଗନ୍ନାଥ ଷଡ଼ଙ୍ଗୀ, ବାସୁଦେବପୁରର ସୂର୍ୟ୍ୟ ପ୍ରସାଦ ମିଶ୍ର, ଚିତ୍ତଙ୍କ ପୁତୁରା ଦୀଲିପ ପଲାଇ, ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ଵେଶ୍ୱର ଜେନାଙ୍କ ବୟାନ ରେକର୍ଡ କରାଯାଇଛି ।
ସଦରଥାନା ପୋଲିସ ପକ୍ଷରୁ ଗତକାଲି ପର୍ୟ୍ୟନ୍ତ ହୋଇଥିବା ମାମଲାର କେସ୍ ଡାଏରୀ କ୍ରାଇମବ୍ରାଞ୍ଚ ଟିମ୍ କୁ ପ୍ରଦାନ କରାଯାଇଛି। ଏହାପରେ ଟିମ୍ ସାନବନ୍ଧକେରା ସ୍ଥିତ ମୃତ ଚିତ୍ତରଞ୍ଜନ ପଲାଇଙ୍କ ଘରକୁ ଯାଇ ତା ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି।