‘କର୍ମସ୍ଥଳୀରେ ‘ଚନ୍ଦା’ ବୋଲି ଆକ୍ଷେପ କରିବା ଯୌନ ଉତ୍ପୀଡନତା ସହିତ ସମାନ’

Top Storise ଦେଶ- ବିଦେଶ

ଲଣ୍ଡନ: କର୍ମସ୍ଥଳୀରେେ କାହାକୁ ଚନ୍ଦା ବୋଲି ଆକ୍ଷେପ କରିବା କୌଣସି ମହିଳାର ସ୍ତନ ଉପରେ ମନ୍ତବ୍ୟ ଦେବା ସହ ସମାନ । ଯିଏ ଚନ୍ଦା ବୋଲି ଅନ୍ୟକୁ ଆକ୍ଷେପ କରିବ ସେ ଯୌନ ଉତ୍ପୀଡ଼ନ ମାମଲାର ଶିକାର ହେବ । ବ୍ରିଟେନର ଏକ କୋର୍ଟ ଏପରି ରାୟ ଶୁଣାଣି କରିଛନ୍ତି ।

ଏହି ମାମଲା ବର୍ଷକ ତଳର । ବ୍ରିଟେନର ଓ୍ୱେଷ୍ଟ ୟର୍କସାୟାରରେ ଜଣେ କମ୍ପାନୀର କର୍ମଚାରୀ ଟୋନି ଫିନଙ୍କୁ କମ୍ପାନୀ ବାହାର କରି ଦେଇଥିଲା । 24 ବର୍ଷ ହେବ ଏହି ବ୍ୟକ୍ତି କମ୍ପାନୀରେ ଚାକିରି କରୁଥିଲେ । ଏହାପରେ ଟୋନି ଫିନ ଅଭିଯୋଗ କରିଥିଲେ ଯେ କମ୍ପାନୀର ସୁପରଭାଇଜର ଜେମି କିଙ୍ଗ ତାଙ୍କୁ ‘ଚନ୍ଦା’ କହି ଗାଳିଗୁଲଜ କରିଥିଲେ।

‘ଡେଲି ମେଲ୍’ର ରିପୋର୍ଟ ଅନୁଯାୟୀ, ଏହାପରେ ଟୋନି ଫନିଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତିନି ଜଣିଆ ପ୍ୟାନେଲ୍ ଏହି ବିବାଦ ଉପରେ ନିଜର ରାୟ ଶୁଣାଣି କରିଥିଲେ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଚନ୍ଦାପଣ ଅଧିକ ଦେଖାଯାଏ। ଜଣେ ପୁରୁଷକୁ ‘ଚନ୍ଦା’ ବୋଲି କହିବା ମହିଳାଙ୍କ ସ୍ତନ ଉପରେ ମନ୍ତବ୍ୟ ଦେବା ସହିତ ସମାନ ବୋଲି ଟ୍ରିବ୍ୟୁନାଲ କହିଥିଲେ।

ବିଚାରପତି ଜୋନାଥନ୍ ବ୍ରେନଙ୍କ ନେତୃତ୍ୱାଧୀନ ତିନିଜଣିଆ ଟ୍ରିବ୍ୟୁନାଲ୍ କହିଥିଲେ ଯେ କାହାର ବାଳ ବା ଚୁଟିର ଅଭାବକୁ ସୂଚାଇବା କେବଳ ଅପମାନ ନୁହେଁ ବରଂ ନିର୍ଯାତନା ସହିତ ସମାନ।

ଓ୍ୱେଷ୍ଟ ୟର୍କସାୟର ସ୍ଥିତ ବ୍ରିଟିଶ ବଙ୍ଗ କମ୍ପାନୀରେ ଟୋନି ଫିନ୍ ଦୀର୍ଘ 24 ବର୍ଷ ହେବ ଇଲେକ୍ଟ୍ରିସିଆନ ଭାବରେ କାମ କରୁଥିଲେ। ଗତବର୍ଷ ମେ ମାସରେ କମ୍ପାନୀ ତାଙ୍କୁ ବହିଷ୍କୃତ କରିଥିଲା।

Leave a Reply

Your email address will not be published. Required fields are marked *