ବିଧାନସଭା ଅଚଳ, କଳା ଡ୍ରେସ ପିନ୍ଧି ପ୍ରତିବାଦ କଲେ କଂଗ୍ରେସ କର୍ମୀ; କହିଲେ ସାରାଦେଶ ଦେଖିବ ଆମର ଶକ୍ତି

Top Storise ରାଜ୍ୟ

ଭୁବନେଶ୍ୱର: ଆଜି ଚାଲି ପାରିଲା ନାହିଁ ବିଧାନସଭା ଗୃହ । ଗଣତନ୍ତ୍ରର ହତ୍ୟା ସହିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦକୁ ରଦ୍ଦକୁ ନେଇ ଆଜି ଗୃହରେ ଗର୍ଜିଛନ୍ତି କଂଗ୍ରେସ । ଆଜି ସମସ୍ତ କଂଗ୍ରେସ କର୍ମୀ କଳା ପୋଷାକ ପରିଧାନ କରିଛନ୍ତି । ଯାହା ପାଇଁ ଗୃହକୁ ୪ଟାପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

କଂଗ୍ରେସର ସବୁ ବିଧାୟକ ମାନେ ରାଜ୍ୟପାଳଙ୍କୁ ଭେଟି ଏକ ମେମୋରେଣ୍ଡମ ଦେବାକୁ ଯାଉଛନ୍ତି । ଏହା ସହିତ ରାଜ୍ୟବ୍ୟାପି ପ୍ରତିବାଦ ଜାରି ରହିବ ବୋଲି ପିସିସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ରାହୁଲ ଗାନ୍ଧୀ ସବୁ ବେଳେ ଓବିସିଙ୍କୁ ସମର୍ଥନ କରୁଛନ୍ତି । ଯେଉଁ ନେତା ମାନେ ଚାହୁଁଛନ୍ତି ଗଣତନ୍ତ୍ରର ସୁରକ୍ଷା ରହୁ ସେମାନଙ୍କ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଛନ୍ତି କିନ୍ତୁ ଆମର ଏଠି ବିଜେପି ବିଜେଡି ଏକ ତେଣୁ ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ କିଛି ମନ୍ତବ୍ୟ ଦେବେ ନାହିଁ ବୋଲି ମଧ୍ୟ କହି ରାଜ୍ୟ ସରକାରଙ୍କୁ ଶରତ ଟାର୍ଗେଟ କରିଛନ୍ତି ।

ତେବେ କେବଳ ରାଜ୍ୟ ନୁହେଁ ବରଂ ଦେଶ ବ୍ୟାପି ଆନ୍ଦୋଳନ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି । ମୋଦୀ ସରକାରଙ୍କୁ ଆମେ ଡରୁ ନାହୁଁ କିଭଳି ପ୍ରତିବାଦ କରାଯାଏ ତାହା ସାରା ଦେଶ ଦେଖିବ ବୋଲି କଂଗ୍ରେସ ସୂଚାଇ ଦେଇଛି ।

Leave a Reply

Your email address will not be published. Required fields are marked *