ନ୍ୟାୟାଳୟଙ୍କୁ ଅବମାନନା ମାମଲା । ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

Top Storise ଦେଶ- ବିଦେଶ

ଦିଲ୍ଲୀ : ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ନିୟୁତ ଡଲାର ଜମା କରିବାକୁ କହିଛନ୍ତି। ଏହା କରିବାରେ ବିଫଳ ହେଲେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅଧିକାରୀମାନେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କୁହଯାଇଛି ।

ଅଦାଲତ ଅବମାନନା ମାମଲାରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ ଏବଂ ୨ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜଷ୍ଟିସ ୟୁ ୟୁ ଲଳିତ, ଏସ ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଦେଶର ଶୀର୍ଷ ଅଦାଲତ ପାଞ୍ଚ ବର୍ଷ ପୂର୍ବେ ମେ ୯, ୨୦୧୭ ରେ ବିଜୟ ମାଲ୍ୟାଙ୍କୁ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ବ୍ୟାଙ୍କଗୁଡିକର ଏସବିଆଇ ନେତୃତ୍ୱାଧୀନ କନସୋର୍ଟିୟମ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ସେ ତାଙ୍କ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ବିଜୟ ମାଲ୍ୟା ହାଜର ହୋଇନଥିଲେ କି ତାଙ୍କ ତରଫରୁ କୌଣସି ଓକିଲ ଆସି ନଥିଲେ। ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ । କେନ୍ଦ୍ର କହିଛି ଯେ ମାଲ୍ୟା କେବଳ ବିଦେଶୀ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ବିଷୟରେ ଅଦାଲତଙ୍କୁ ଭୁଲ ସୂଚନା ଦେଇନାହାଁନ୍ତି, ବରଂ ଗତ ପାଞ୍ଚ ବର୍ଷ ଧରି ଅଦାଲତରେ ହାଜର ହୋଇ ନଥିଲେ ଏବଂ ନିର୍ଦ୍ଦେଶ କୁ ଅବମାନନା କରିଥିଲେ।

Leave a Reply

Your email address will not be published. Required fields are marked *