କରୋନା ମୁକାବିଲା; ଭାରତକୁ ୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇବ ଷ୍ଟାର ଇଣ୍ଡିଆ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: କରୋନା ମୁକାବିଲା ନିମନ୍ତେ ଭାରତକୁ ସହାୟତାର ହାତ ବଢାଇଛି ଷ୍ଟାର ଇଣ୍ଡିଆ। ୫୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ପ୍ରତିଶୃତି ଦେଇଛି ଷ୍ଟାର ଇଣ୍ଡିଆ। ଏ‌ ନେଇ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏହି ଘୋଷଣା କରିଛି ଷ୍ଟାର ଇଣ୍ଡିଆ।

ଭାରତକୁ ସମର୍ଥନ ଜଣାଇ ୱାଲ୍ଟ ଡିଜ୍ନି କମ୍ପାନୀ ଇଣ୍ଡିଆ ଏବଂ ଷ୍ଟାର ଇଣ୍ଡିଆର ସଭାପତି କେ ମାଧବନ୍ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ କରୋନା ବିରୋଧ ସଂଗ୍ରାମରେ ଆମେ ସମଗ୍ର ଭାରତ ସହିତ ଛିଡ଼ା ହୋଇଛୁ।

ୱାଲ୍ଟ ଡିଜନି କମ୍ପାନୀ ଏବଂ ଷ୍ଟାର ଇଣ୍ଡିଆ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଜଟିଳ ସ୍ୱାସ୍ଥ୍ୟସେବା ଯୋଗାଣ ଏବଂ ଉପକରଣ ପାଇଁ ୫୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି। ଏହା ଭାରତ ପ୍ରତି ଆମର ଦୃଢ ପ୍ରତିବଦ୍ଧତାକୁ ପ୍ରମାଣିତ କରେ।

Leave a Reply

Your email address will not be published. Required fields are marked *