ସାବରମତି ନଦୀ ଜଳରେ କରୋନା ଭୂତାଣୁ ଚିହ୍ନଟ!

Top Storise ଦେଶ- ବିଦେଶ

ଅହମ୍ମଦାବାଦ: ଅହମ୍ମଦାବାଦର ସାବରମତି ନଦୀରୁ ନିଆଯାଇଥିବା ଜଳ ନମୁନାରେ ମହାମାରୀ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସହରର କାଙ୍କ୍ରିଆ ଏବଂ ଚାନ୍ଦୋଲା ହ୍ରଦରୁ ନିଆଯାଇଥିବା ନମୁନାରେ ମଧ୍ୟ ଏହି ଭୂତାଣୁ ଦେଖିବାକୁ ମିଳିଛି।

ସାବରମତି ନଦୀ, ଚାନ୍ଦୋଲା ଏବଂ କାଙ୍କ୍ରିଆ ହ୍ରଦରୁ ଆଇଆଇଟି, ଗାନ୍ଧିନଗର ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନର ଅନୁସନ୍ଧାନକାରୀମାନେ ନମୁନା ସଂଗ୍ରହ କରିଥିଲେ।

ଗାନ୍ଧିନଗରର ଆଇଆଇଟିରେ ଥିବା ଆର୍ଥ‌୍ ସାଇନ୍ସ ବିଭାଗର ପ୍ରଫେସର ମନୀଷ କୁମାର କହିଛନ୍ତି ଯେ ହ୍ରଦ ଓ ନଦୀରେ କରୋନା ଭୂତାଣୁର ଉପସ୍ଥିତି ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ।

ପ୍ରଫେସର କୁମାର କହିଛନ୍ତି ଯେ ସାବରମତି ନଦୀରୁ ୬୯୪ ଟି ନମୁନା ସଂଗ୍ରହ ହୋଇଥିବାବେଳେ ଚାନ୍ଦୋଲା ହ୍ରଦରୁ ୫୪୯ ଟି ଏବଂ କାଙ୍କ୍ରିଆ ହ୍ରଦରୁ ୪୦୨ ଟି ନମୁନା ସଂଗ୍ରହ କରାଯାଇଥିଲା।

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଭୂତାଣୁ ପ୍ରାକୃତିକ ଜଳରେ ଅଧିକ ଦିନ ବଞ୍ଚିପାରେ।

Leave a Reply

Your email address will not be published. Required fields are marked *