ନକଲି ବିଦେଶୀ ମଦ କାରଖାନା ସିଲ୍, ବିପୁଳ ମଦ ଜବତ

Top Storise ଅପରାଧ ରାଜ୍ୟ

ବାରିପଦା: ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ଥାନୀୟ ଉଠାଣିନୂଆଗାଁର ବିକର୍ତ୍ତନ ନାୟକଙ୍କ ଘରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ଉ କରିଥିଲା। ଅବକାରୀ ଟିମ୍ ୧୨୦ ବୋତଲ ନକଲି ବିଦେଶୀ ମଦ ସହ ପ୍ୟାକିଂ ଅପେକ୍ଷାରେଥିବା ୧୫ ଲିଟରରୁ ଅଧିକ ମଦ, ତରଳ ରଙ୍ଗ ଓ ବିପୁଳ ବୋତଲ ଓ ଠିପି ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଲକଡାଉନ ସମୟରେ ଗ୍ରାମାଞ୍ଚଳରେ ଏହି ନକଲି ମଦ କାରବାର ଜୋରସୋରରେ ଚାଲିଛି। ଆଗରୁ କଲିକତାରୁ ନକଲି ମଦ ଓଡ଼ିଶାକୁ ଆସୁଥିଲା। ଏବେ କଟକକଣା ପାଇଁ ବିଭିନ୍ନ ସୀମାନ୍ତ ରାସ୍ତା ବନ୍ଦ ହୋଇଥିବାରୁ ମାଫିଆମାନେ ଏଠାରେ ପ୍ରସ୍ତୁତିକୁ ଗୁରୁତ୍ଵ ଦେଉଛନ୍ତି। ଉଦଳା, ବେତନଟୀ ଅଞ୍ଚଳରେ ଏହି ମଦ ପ୍ରସ୍ତୁତ ହେଉଥିବା ବେଳେ ନୀଳଗିରି, ଔପଦା ଦେଇ ପଡ଼ୋଶୀ ଜିଲ୍ଲାକୁ ଚାଲାଣ କରାଯାଉଛି।

Leave a Reply

Your email address will not be published. Required fields are marked *