ରାଉରକେଲାର ୩ଟି ଅଞ୍ଚଳରୁ ହଟିଲା କୋଭିଡ୍ କଣ୍ଟେନମେଣ୍ଟ

Top Storise ରାଜ୍ୟ

ରାଉରକେଲା: କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି।

ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର ଅଞ୍ଚଳରେ ହୋଇଥିବା ୩ଟି କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର କରି ନିଆଯାଇଛି।

ମେ’୧୫ ତାରିଖରେ ଏ ବାବଦରେ ମହାନଗର ନିଗମ କମିଶନର ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସଂପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ହଟିଯାଇଛି।

ତେବେ କୋଭିଡ୍ ପରିସ୍ଥିତିକୁ ଆଖିରେ ରଖି ଏବଂ ଲକଡାଉନ ନିୟମ ଦୃଷ୍ଟିରୁ ଲୋକମାନେ ଘରେ ରହିବା ସହ କୋଭିଡ୍ ପ୍ରୋଟୋକଲ ପାଳନ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *