କୋଭିଡ଼ ନିୟମ ଭାଙ୍ଗିଲେ ୫ଶହ ଟଙ୍କା ଜୋରିମାନା

Top Storise ରାଜ୍ୟ

ଭୁବନେଶ୍ୱର: କୋଭିଡ଼ର ନୂତନ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢ଼ିବାରେ ଲାଗିଛି । ଏଥିପାଇଁ ସତର୍କ ରହିବା ସହ କୋଭିଡ଼ର ସମସ୍ତ ଗାଇଡ଼ଲାଇନ ମାନିବାକୁ ପରାମର୍ଶ ଦିଆଯାଇଛି । ସତର୍କ ରହିଲେ ହିଁ କରୋନା ମହାମାରୀଠାରୁ ସୁରକ୍ଷିତ ରହିପାରିବା ।

ଘରୁ ବାହାରକୁ ଯିବାବେଳେ ସଠିକଭାବେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ବଜାୟ ରଖିବା, ଭିଡ଼ରୁ ନିବୃତ୍ତ ରହି ସାମାଜିକ ଦୂରତା ବଜାୟ ରଖିବା, ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ଦୁଇଟି ମାତ୍ରା ନିଶ୍ଚିତଭାବେ ନିଅନ୍ତୁ ବୋଲି ବିଏମସି ପରାମର୍ଶ ଦେଇଛି । କୋଭିଡ଼ ନିୟମାବଳୀର ଉଲ୍ଲଘଂନ କଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ବିଏମସି କହିଛି ।

Leave a Reply

Your email address will not be published. Required fields are marked *