ରିଷଭ ପନ୍ତଙ୍କ ପାଇଁ ମନ୍ଦିରରେ ପୂଜାକଲେ ସାଥୀ ଖେଳାଳି

Top Storise କ୍ରୀଡ଼ା ଦେଶ- ବିଦେଶ

ବ୍ୟୁରୋ : କୁହାଯାଏ ଭାଇ ଥିଲେ ପାଖରେ ସବୁ ହୁଏ ଖୁସିରେ। ଯାହା କେବଳ କଥାରେ ନୁହଁ ଅନେକ୍ ଥର କାମରେ ମଧ୍ୟ ଦେଖିବାକୁ ମିଳେ। ଆଜି ତାହା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ସାଥୀ ଖେଳାଳିଙ୍କ ପାଇଁ ପୂରା ଭାରତୀୟ କ୍ରିକେଟ ଟିମର ଭଲପାଇବା ସାମ୍ନାକୁ ଆସିଛି। ରିଷଭ ପନ୍ତଙ୍କ ଦୁର୍ଘଟଣା କଥା ସମସ୍ତେ ଜାଣନ୍ତି। ଆଜି ତାଙ୍କ ପାଇଁ ପୂରା ଟିମ ମନ୍ଦିରରେ ପହଞ୍ଚିଛନ୍ତି। ଖାଲି ପହଞ୍ଚିଛନ୍ତି ତାହା ନୁହଁ, ସେଠାରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ଟିମରେ ସାଥୀ କ୍ରିକେଟର କୁଲଦୀପ ଯାଦବ, ସୂର୍ଯ୍ୟ କୁମାର ଯାଦବ ଓ ୱାଶିଂଟନ୍ ସୁନ୍ଦର ଉପସ୍ଥିତ ରହିଛନ୍ତି। ଏହି ସମୟ ମଧ୍ୟରେ ଏହି ତିନି ଖେଳାଳି ମହାକାଳଙ୍କ ପଞ୍ଚାମୃତ ଅଭିଷେକ ମଧ୍ୟ କରିଛନ୍ତି।

ଋଷଭ ପନ୍ତଙ୍କ ପାଇଁ ପ୍ରାର୍ଥନା

ତାଙ୍କ ବ୍ୟାଟି ଚାଳନାରେ ଦର୍ଶକ ତାଳି ଦିଅନ୍ତି ସେହି ଟିମ୍ ଇଣ୍ଡିଆର ଉଦୀୟମାନ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବ ମହାକଳଙ୍କ ଦର୍ଶନ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ମହାକାଳଙ୍କ ଆଶୀର୍ବାଦ ନେବା ପରେ ଏବଂ ଆଳତୀ ଦେଖିବା ପରେ ତାଙ୍କ ମନ ଶାନ୍ତ ହୋଇଛି। ଏଥି ସହ ସେ କହିଛନ୍ତି ଯେ, ଟିମ୍ ଇଣ୍ଡିଆର ଲୋକପ୍ରିୟ ଖେଳାଳି ଋଷଭ ପନ୍ତଙ୍କ ଆରୋଗ୍ୟ କାମନା ପାଇଁ ସେ ପ୍ରାର୍ଥନା କରିଛନ୍ତି, ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ, ତାଙ୍କର ଆବଶ୍ୟକ ଆମ ସମସ୍ତଙ୍କୁ ଅଛି।

Leave a Reply

Your email address will not be published. Required fields are marked *