ଭୁବନେଶ୍ୱର: ଓଡ଼ିଆ ମହିଳା ହକି ଷ୍ଟାର ଦୀପ ଗ୍ରେସ୍ ଏକ୍କା । ଇଣ୍ଡିଆନ୍ ହକି ଟିମ୍ର ଭାଇସ୍ କ୍ୟାପଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଦୀପ୍ । ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଜଣେ ଓଡ଼ିଆ ହେଉଛନ୍ତି ଦୀପ୍ । ସୁନ୍ଦରଗଡ଼ ଲୁଲକିଡି ନାଁରେ ଏକ ଛୋଟ ଗାଁରେ ଜନ୍ମ ହୋଇଥିଲେ ଦୀପ୍ । ପିଲାବେଳରୁ ଖେଳ ପ୍ରତି ଥିବା ତାଙ୍କର ଆଗ୍ରହ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିଛି ।