ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ଧୈର୍ଯ୍ୟ ସହ ମୁକାବିଲା କରିବା :ଧର୍ମେନ୍ଦ୍ର ପ୍ରଧାନ

Top Storise ଦେଶ- ବିଦେଶ

ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏବେବି ଓଡ଼ିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ ଅଛି। ପ୍ରଧାନମନ୍ତ୍ରୀ ୩ ଟି ଟ୍ରେସିଂ ,ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ପୁଣି ଗୁରୁତ୍ୱ ଦେବାକୁ ହେବ। କରୋନା ପାଇଁ ଆମେ ଯେତିକି ସଚେତନ ଅଛେ ସେତିକି ଯଥେଷ୍ଟ ନୁହେଁ। ସମସ୍ତେ ମାସ୍କ ପିନ୍ଧିବା ଓ ସରକାରୀ କୋଭିଡ ନିୟମକୁ ମାନିବା।

ସାମ୍ଭବ୍ୟ ତୃତୀୟ ଲହରୀ ପାଇଁ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ କରିବାକୁ ନିବେଦନ । ଦେଶରେ ୧୨୨ କୋଟି ୩୪ଲକ୍ଷ ୮୧ ହଜାରରୁ ଉଦ୍ୱର୍ ନାଗରିକ ମାନେ ଟିକା ନେଇଥିବା ବେଳେ ଭାରତ ନୂଆ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ପୂର୍ବ ଅପେକ୍ଷା ଆମେ ଅଧିକ ସଚେତନ ରହିଲେ ଲକଡାଉନ ଏଡାଇ ପାରିବା। ମହାପ୍ରଭୁଙ୍କ ଦୟାରୁ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ହିଁ ଏହି ସଙ୍କଟରୁ ନିଶ୍ଚୟ ଉଦ୍ଧାର ହେବ। ସାମାନ୍ୟଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ।

ସମସ୍ତ ସ୍କୁଲ ,କଲେଜ, ଶିକ୍ଷକ ,ଶିକ୍ଷୟତ୍ରୀ, କର୍ମଚାରୀ , ଶ୍ରମିକ ,ଚାଷୀ ଭାଇମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ମାସ୍କ ପିନ୍ଧିବା ସହ କୋଭିଡ ନିମୟକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ହିଁ ଆମେ ଏହି ସଙ୍କଟରୁ ନିଶ୍ଚୟ ଉଦ୍ଧାର ହୋଇ ପାରିବା ବୋଲି ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି।

Leave a Reply

Your email address will not be published. Required fields are marked *