କରୋନାରୁ ସୁସ୍ଥ ହେବା ଲାଗି କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ

Top Storise ଦେଶ- ବିଦେଶ

ଭୋପାଳ: କରୋନାରୁ ସୁସ୍ଥ ହେବା ଆଳରେ କିରୋସିନ ପିଇ ବ୍ୟକ୍ତିଙ୍କ ମୃତ୍ୟୁ। ମୃତ୍ୟୁ ପରେ ବ୍ୟକ୍ତି ଜଣକ ରିପୋର୍ଟ କୋଭିଡ୍‌ ନେଗେଟିଭ୍‌ ଆସିଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଭୋପାଳର ଅଶୋକା ଗାର୍ଡେନ୍ ଅଞ୍ଚଳରେ ଘଟିଛି।

କିଛି ଦିନ ଜ୍ୱରରେ ପୀଡିତ ହେବା ପରେ କୋଭିଡରେ ସଂକ୍ରମିତ ହୋଇଥିବା ନେଇ ଭୟଭୀତ ହୋଇ ଭୋପାଳର ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ପରାମର୍ଶରେ କିରୋସିନ ପିଇଥିଲେ। କିରୋସିନ ପିଇବା ପରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ମୃତ ମହେନ୍ଦ୍ର ଭୋପାଳରେ ଜଣେ ଟେଲର ଭାବରେ କାମ କରୁଥିଲେ। ହୁଏତ ତାଙ୍କ ବନ୍ଧୁ ତାଙ୍କୁ କହିଥିଲେ ଯେ କିରୋସିନ ପିଇବା ଦ୍ବାରା କରୋନାରୁ ସୁସ୍ଥ ହେବାରେ ସାହାଯ୍ୟ କରିବ। ଏହାଭାବି ମହେନ୍ଦ୍ର କିରୋସିନ ପିଇଥିଲେ କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଗଲା।

ଏହାପରେ ତାଙ୍କ ପରିବାର ତାଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ଏବଂ ପରେ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *