କରୋନାରେ କଏଦୀଙ୍କ ମୃତ୍ୟୁ

Top Storise ରାଜ୍ୟ

ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଜଣେ କଏଦୀ ରବିବାର ଦିନ କରୋନାରେ ପ୍ରାଣ ହରାଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏ ନେଇ ଡିଆଇଜି (ଜେଲ୍‌) ସୁଭାକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ମୃତ କଏଦୀ ତ୍ରିପତୀ ମହାନ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।

ଗତ ସପ୍ତାହରେ ତ୍ରିପତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୨ଥର ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା।

ତାଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡିଟିବାରୁ ତାଙ୍କୁ କଟକ ଏସସିବି ମେଡିକାଲ‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଉ ତରେ କୋଭିଡ୍‌ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତାଙ୍କୁ କୋଭିଡ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ସକାଳେ ତାଙ୍କର ଦେହାନ୍ତ ହୋଇଛି ବୋଲି ମିଶ୍ର କହିଛନ୍ତି।

ନିଶା କାରବାର ଅଭିଯୋଗରେ କଏଦୀ ତ୍ରିପତୀ ମହାନ୍ତିଙ୍କୁ କିଛି ମାସ ପୂର୍ବରୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *