ୟୁପିରେ ଡେଙ୍ଗୁ ଚିନ୍ତା, ସବୁ ଡାକ୍ତରଙ୍କ ଛୁଟି ବାତିଲ

Top Storise ଦେଶ- ବିଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଢାଇଛି ଡେଙ୍ଗୁ ଚିନ୍ତା। ୟୁପି ସରକାରଙ୍କ ସମସ୍ତ ସଜାଗତା ସତ୍ତ୍ବେ ଦିନକୁ ଦିନ ବୃଦ୍ଧି ପାଉଥିବା ଡେଙ୍ଗୁ ରୋଗ ଉପରେ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛି। ଡେଙ୍ଗୁ ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶକୁ ଏକ ଉଚ୍ଚସ୍ତରୀୟ ଟିମ ପଠାଇଛି। ସେପଟେ ଡେଙ୍ଗୁ ନିୟନ୍ତ୍ରଣ ଦିଗରେ ୟୁପି ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ରାଜ୍ୟର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ କର୍ମଚାରୀଙ୍କ ଛୁଟି ବାତିଲ କରିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩୦୦୦ ଅତିକ୍ରମ କରିଛି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କ ରହିଛି। ଏହାକୁ ଏଡାଇବା ପାଇଁ ରାଜ୍ୟରେ ସମସ୍ତ ପଦକ୍ଷେପ ନିଆଯାଉଛି ଏବଂ ଡାକ୍ତରଖାନାର ବ୍ୟବସ୍ଥା ବଜାୟ ରଖିବା ପାଇଁ କାର୍ଯ୍ୟ ଚାଲିଛି। ସେପଟେ ଏନେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ମାମଲା କମ୍ ରହିଛି। ସମସ୍ତ ହସ୍ପିଟାଲରେ ବେଡ ସଂରକ୍ଷିତ ରଖାଯାଇଛି ଏବଂ ପର୍ଯ୍ୟାପ୍ତ ପ୍ଲେଟଲେଟ ଉପଲବ୍ଧ ପାଇଁ ପ୍ରସ୍ତୁତି ଜାରି ରହିଛି।

ୟୁପିରେ ଡେଙ୍ଗୁ ମାମଲା ଅତି ଭୟଙ୍କର ଭାବେ ବଢିବାରେ ଲାଗିଛି। ଡେଙ୍ଗୁ ଜ୍ୱରର କ୍ରମାଗତ ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନ୍ତିତ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୬ ଜଣିଆ ସଦସ୍ୟ ବିଶିଷ୍ଟ ଉଚ୍ଚସ୍ତରୀୟ ଟିମ ଗଠନ କରି ୟୁପିରେ ପଠାଇଛି। ଡାକ୍ତର ଭିକେ ଚୌଧୁରୀ ଏହି ଟିମର ନେତୃତ୍ୱ ନେବେ। ଏହି ଟିମ୍ ପ୍ରଥମେ ଫିରୋଜାବାଦ, ଆଗ୍ରା ଏବଂ ଏଟାୱା ଡେଙ୍ଗୁ ପ୍ରଭାବିତ ଜିଲ୍ଲାରେ ସ୍ଥିତିର ଅନୁଧ୍ୟାନ କରିବ। ଏହି ଦଳ ଡେଙ୍ଗୁ ଜ୍ୱରର କାରଣ ଖୋଜି ବାହାର କରିବା ସହିତ ଅଳ୍ପ ସମୟ ମଧ୍ୟରେ ଏହାର ପ୍ରତିରୋଧ ପାଇଁ ବ୍ୟବସ୍ଥା କରିବ।

ସୂଚନା ଥାଉ କି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୦୦ ରୁ ଅଧିକ ଡେଙ୍ଗୁ ରୋଗରେ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଡେଙ୍ଗୁ ରୋଗ ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ୨,୧୦୩ ଡେଙ୍ଗୁ ମାମଲା ରିପୋର୍ଟ କରାଯାଇଥଇଲା। ଏହି ସମୟରେ ଦିଲ୍ଲୀରେ ଅକ୍ଟୋବର ୬ ରୁ ୧୨ ମଧ୍ୟରେ ୩୧୪ ଡେଙ୍ଗୁ ରୋଗ ରେକର୍ଡ କରି ବାର୍ଷିକ ସଂଖ୍ୟା ୧,୫୭୨ କୁ ନେଇଥିଲା।

Leave a Reply

Your email address will not be published. Required fields are marked *