ପୁଣି ଧୋନୀ ସାଜିଲେ ମେଣ୍ଟର: U-19 କ୍ରିକେଟରଙ୍କୁ ଦେଲେ ଲମ୍ବ ଲମ୍ବା ଛକା ମାରିବାର ଟିପ୍ସ

Top Storise କ୍ରୀଡ଼ା


ନୂଆଦିଲ୍ଳୀ: ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି IPL ୨୦୨୨ । ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହାରି ମଧ୍ୟରେ ସୁରଟରେ ଲିଗ ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଧୋନୀବାହିନୀ । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ରବିନ ଉତ୍ଥାପା, ଅମ୍ବାତି ରାୟୁଡୁ ଏବଂ ସାଥୀ ଖେଳାଳିମାନେ ଖୁବ ପ୍ରାକ୍ଟିସ ଜାରି ରଖିଛନ୍ତି । ତେବେ ପ୍ରାକ୍ଟିସ ସେସନର ଏକ ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେଉଛି । ସାଥି ଖେଳାଳିଙ୍କୁ ପୁଣି ଥରେ ମେଣ୍ଟର ସାଜି ବ୍ୟାଟିଙ୍ଗ ଟିପ୍ସ ଦେଉଥିବାର ଦେଖାଯାଇଛି ।

MS Dhoni Passing Tips to Young CSK Recruit Rajvardhan Hangarekar is Heartwarming | SEE PIC | India.com

ବଡ ବଡ ଛକା ମାରିବାରେ ମାହିର ହେଉଛନ୍ତି ଚେନ୍ନାଇର କ୍ୟାପଟେନ କୁଲ ମାହି । ତାଙ୍କର ଏହି କଳାକୁ ଦୁନିଆର ମହାନ ବୋଲର ମଧ୍ୟ ଭୟ କରିଥାନ୍ତି । ତେବେ ତାଙ୍କର ଏହି କଳାରୁ କିଛି ଟିପ୍ସ ସାଥୀ ଖେଳାଳିଙ୍କୁ ଶେୟର କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି । ୱେଷ୍ଟଇଣ୍ଡିଜରେ U-19 ବିଶ୍ୱକପ ଜିତି ଚର୍ଚ୍ଚାରେ ଆସିଥିବା ଷ୍ଟାର କ୍ରିକେଟର ରାଜବର୍ଦ୍ଧନ ହଙ୍ଗରଗେକରଙ୍କ ଧୋନୀ ଲମ୍ବା ଛକା ମାରିବାର କୌଶଳ ଶିଖାଇଛନ୍ତି । ରାଜବର୍ଦ୍ଧନଙ୍କ ମେଣ୍ଟର ଭାବେ ଦାୟିତ୍ୱ ନେଇଛନ୍ତି ଏମ.ଏସ ଧୋନୀ । ଲମ୍ବା ଛକା ମାରିବା ପାଇଁ ଟାଇମିଙ୍ଗ ସହିତ ତାକତର ମଧ୍ୟ ଦରକାର ଥାଏ ବୋଲି ରାଜବର୍ଦ୍ଧନଙ୍କୁ ବୁଝାଇଛନ୍ତି ମାହି । ଶଟ ମାରିବା ପରେ ବ୍ୟାଟ ଫଲୋ ଥ୍ରୋରେ କେଉଁ ପର୍ଯ୍ୟନ୍ତ ଯିବା ଉଚିତ ଏବଂ ଅନ୍ୟାନ୍ୟ ଟିପ୍ସ ଦେଇଥିଲେ ଧୋନୀ । ଯାହା ପରେ ରାଜବର୍ଦ୍ଧନ ସେହି ଷ୍ଟାଇଲରେ ବଡ ସଟ ଖେଳୁଥିବାର ଦେଖିବାକୁ ମିଳିଛି ।

https://twitter.com/CSKFansArmy/status/1501797905367248897?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1501797905367248897%7Ctwgr%5E%7Ctwcon%5Es1_&ref_url=https%3A%2F%2Fvopnews.in%2Fdhoni-sajile-mentor-tips-for-u-19-cricketers-to-hit-long-sixes%2F

ଦୀପକ ଚହରଙ୍କ ସ୍ଥାନରେ ରାଜବର୍ଦ୍ଧନ ଜଣେ ଭଲ ବିକଳ୍ପ ହୋଇ ପାରନ୍ତି । ୧୪୦କି.ମି/ଘଣ୍ଟାରେ ବୋଲିଂ କରିବା ସହିତ ଭଲ ବ୍ୟାଟିଂ ଦକ୍ଷତା ମଧ୍ୟ ରହିଛି । U-19 ବିଶ୍ୱକପରେ ତାଙ୍କର ଏହି ପ୍ରତିଭା ଦେଖି ଚେନ୍ନାଇ ତାଙ୍କୁ ଅକ୍ସନରେ ୧.୫୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ତେବେ ଦୀପକଙ୍କ ଆଘାତ ଜନିତ ସମସ୍ୟା ଯୋଗୁଁ ସେ ଲିଗର କିଛି ମ୍ୟାଚରୁ ଦୂରେଇ ରହି ପାରନ୍ତି । ତେଣୁ ରାଜବର୍ଦ୍ଧନ ଚଳିତ ସିଜନରେ ଡେବ୍ୟୁ କରିବାର ସମ୍ଭାବନା ଖୁବ ଅଧିକ ରହିଛି ।

Leave a Reply

Your email address will not be published. Required fields are marked *