ଆଣ୍ଠୁ ପରୀକ୍ଷା ପାଇଁ ମୁମ୍ବାଇ ମେଡିକାଲରେ ଭର୍ତ୍ତି ହେବେ ଧୋନି, ଆଇପିଏଲ୍ ୨୦୨୩ ରେ ଆଘାତ ସହ ସଂଗ୍ରାମ କରୁଥିଲେ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍‌ରେ ପଞ୍ଚ ଟାଇଟଲ ଜିତି ଏବେ ସେଲିବ୍ରେସନ ମୁଡ୍‌ରେ ରହିଛି । ଏମ୍‌ଏସ୍ ଧୋନିଙ୍କ ନେତୃତ୍ୱରେ ଟିମ୍ ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ହରାଇ ଏହି ଗୌରବ ହାସଲ କରିଥିଲା । ଚେନ୍ନାଇ ଖେଳାଳିମାନେ ଏହି ସମୟରେ ଉତ୍ସବରେ ବୁଡି ରହିପାରନ୍ତି, କିନ୍ତୁ ଅଧିନାୟକ ଧୋନି ଆସନ୍ତା କିଛି ଦିନ ମୁମ୍ବାଇ ଯିବାକୁ ଯାଉଛନ୍ତି, ଯେଉଁଠାରେ ସେ ଆଣ୍ଠୁ ପରୀକ୍ଷା କରିବେ ।

ଆଇପିଏଲ୍ ୨୦୨୩ ର ପୂରା ସିଜିନ୍‌ରେ ଧୋନି ଆଣ୍ଠୁରେ ଆଘାତ ପାଇ ଅସୁବିଧାରେ ପଡ଼ିଥିଲେ । ଅନେକ ଥର ରନ୍ ନେଉଥିବା ବେଳେ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ବ୍ୟତୀତ ୱିକେଟ୍ କିପିଂ ସମୟରେ ମଧ୍ୟ ସେ ଏହି ଯନ୍ତ୍ରଣା ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଧୋନିଙ୍କ ଆଣ୍ଠୁରେ ଆଘାତ ଲାଗିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସିଏସକେ କୋଚ ଷ୍ଟିଫେନ ଫ୍ଲେମିଙ୍ଗ ସ୍ୱୀକାର କରିଥିଲେ । ଚେନ୍ନାଇର ଶେଷ ଘରୋଇ ମ୍ୟାଚ୍ ବେଳେ ମାହି ନୀ କ୍ୟାପ୍ ପିନ୍ଧିଥିବାର ନଜର ଆସିଥିଲେ । ଧୋନିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା ।

ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଆଣ୍ଠୁରେ ଆଘାତ ସହ ଜଡିତ ଅନେକ ପରୀକ୍ଷା ପାଇଁ ଧୋନିଙ୍କୁ ଏହି ସପ୍ତାହରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯିବ। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ଜିତିଛି। ଚେନ୍ନାଇ ଦଳ ବର୍ତ୍ତମାନ ଆଇପିଏଲରେ ସର୍ବାଧିକ ଥର ଟାଇଟଲ ଜିତିବାର ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ ହୋଇଛି।

Leave a Reply

Your email address will not be published. Required fields are marked *