କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ସଂଖ୍ୟା ୮ରେ ପହଞ୍ଚିଲା

Top Storise ରାଜ୍ୟ

ରାୟଗଡ଼ା : କାଶୀପୁରରେ ଡାଇରିଆ ଆତଙ୍କ। ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ମୃତକ ଜଣକ ହେଉଛନ୍ତି ତୋଟାଗୁଡା ଗାଁର ୪୮ବର୍ଷୀୟ ଭାମୁନି ମାଝୀ । ପୂର୍ବରୁ କାଶୀପୁର ବ୍ଲକରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣଙ୍କୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୮ରେ ପହଂଚିଲା ।

କାଶୀପୁରରେ ହଇଜା ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ ୭ ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିଛାର ବ୍ୟବସ୍ଥା କରାଯାଇଥିବା ବେଳେ ଉଷାପଡା ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ୱାର୍ଡ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ପାଇଁ ମହଜୁଦ ଥିବା ଜିଲ୍ଲାପାଳ କହିଛନ୍ତି ।

ସେପଟେ କାଶୀପୁର ବ୍ଲକରେ ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିଛି । ଏଭଳିକି ଏହା ମହାମାରୀ ଆଡକୁ ଗତିକରୁଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *