ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଉଡ଼ିଲା ବିମାନ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ

ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ଉଡ଼ିଲା ବିମାନ। ଆଜି ଭୁବନେଶ୍ବର ବିମାନବନ୍ଦରରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେ ୧୪ଟି ଏୟାରଷ୍ଟ୍ରିପ ଅଛି। ଆଗକୁ ୧୫ ଜିଲ୍ଲାରେ ହେଲିପ୍ୟାଡ୍ ନିର୍ମାଣ କରାଯିବ।

ଭୁବନେଶ୍ବର ବିମାନବନ୍ଦର ଇଣ୍ଡିଗୋ ଏୟାରଲାଇନ୍ସ ହବ୍ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ଵରରୁ ଝାରସୁଗୁଡାକୁ ଯିବାକୁ ୪୫ମିନିଟ ଲାଗିବ।

Leave a Reply

Your email address will not be published. Required fields are marked *