ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ ସମ୍ବର୍ଦ୍ଧନା ସହ ନୂତନ ଜିଲାପାଳ ପରିଡ଼ାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ପ୍ରାୟ ୪ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାପାଳ ଭାବେ କୁଲାଙ୍ଗେ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ଆଗାମୀ ଦିନରେ ସେଗୁଡ଼ିକର ସଫଳ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଛନ୍ତି । ଏହି ଅବସରରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ୱି.କୀର୍ତ୍ତି ୱାସନ୍, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ଏବଂ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ମହାନଗର ନିଗମର କମିଶନର ସୋନାଲା ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ବିଦାୟୀ ଜିଲାପାଳ କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ସେହିଭଳି ଦାୟିତ୍ୱ ନେଇଥିବା ଜିଲ୍ଲାପାଳ ଶ୍ରୀ ପରିଡ଼ା ଏହା ପୂର୍ବରୁ ସମ୍ବଲପୁର ଜିଲ୍ଲାପାଳ ଥିଲେ ।