କଟକ: କଟକ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲିଆତି କରିବା ପଡ଼ିଲା ମହଙ୍ଗା। ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରୋଫେସର ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ସହକାରୀ ପ୍ରାଧ୍ୟାପିକ ବିଜୟଲକ୍ଷ୍ମୀ ଦାଶ କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରିଥିଲେ। ଏହି ମାମାଲରେ ବିଜୟଲକ୍ଷ୍ମୀ ଦାଶଙ୍କ ବିରୋଧରେ ୩୧୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଲାଲବାଗ ପୋଲିସ। କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ମାମଲାରେ ନିଜେ ଜିଲ୍ଲାପାଳ ଗତ ତା ୧୧.୧୨.୨୦୨୪ ରିଖରେ ଲାଲବାଗ ଥାନାରେ ଅଭିଯୋଗ କରିଥିଲେ। ଲାଲବାଗ ପୁଲିସ କେସ ନମ୍ୱର ୨୫୯/୨୦୨୪ ରେ ପଞ୍ଜିକୃତ କରି ଅନୁସନ୍ଧାନ ଜାରି ରଖିଥିଲେ ।
ପରବର୍ତ୍ତି ସମୟରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ କଟକ ଆଡିନାଲ ଡିସିପିଙ୍କ ତତ୍ବବଧାନରେ ମାମଲର ତଦନ୍ତ କରୁଥିଲେ ଥାନା ଅଧିକାରି ସୁଧାଂଶୁ ସାହୁ ଓ ତଦନ୍ତକାରୀ ଅଧିକାରିଣୀ ତୃପ୍ତିମୟୀ ସାହୁ । ସେପଟେ ରେଭେନ୍ସା ପକ୍ଷରୁ ଏକ କମିଟି ଗଠନ କରି ତଦନ୍ତ ଚାଲିଥିଲା।
କମିଟି ତଦନ୍ତ କରି ଜାଣିବାକୁ ପାଇଥିଲା ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ରେଭେନ୍ସା କତୃପକ୍ଷଙ୍କୁ କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରି ନିଜକୁ ସୁହାଇଲା ଭଳି ରେଭେନ୍ସା କତୃପକ୍ଷଙ୍କୁ ଦେଇଥିଲେ । ଏହି ତଥ୍ୟ ସଂଗ୍ରହ ପରେ କମିଟ ତାଙ୍କ ରିପୋର୍ଟରେ ବିଜୟଲକ୍ଷ୍ମୀ ଦାଶଙ୍କୁ ଦୋଷୀ କରିବା ସହିତ ତାଙ୍କ ବିରୁଦ୍ଦରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ କୁଳପତିଙ୍କୁ ସୁପାରିଶ୍ କରିଥିଲେ । କୁଳପତି କମିଟର ସୁପାରୀଶ ଅନୁଯାୟୀ ବିଜୟଲକ୍ଷ୍ମୀ ଦାଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
କମିସନରେଟ୍ ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରିଥିଲେ । କମିସନରେଟ ପୋଲିସ ଏହି ମାମଲାରେ ୧୯ ଜଣଙ୍କୁ ସାକ୍ଷୀ କରିଥିଲା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟ ରେଜିଷ୍ଟାରଙ୍କ ଅଫିସରୁ ବହୁତ କାଗଜ ପତ୍ର ମଧ୍ୟ ଜବତ କରିଛି।

