ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

Top Storise ରାଜ୍ୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ୟୁନିଟ୍-4 ଅଞ୍ଚଳରେ ତାଙ୍କର ଭେଟେନାରୀ ହସ୍ପିଟାଲ ବହୁ ଲୋକପ୍ରିୟ ଥିଲା । ସେ ଜଣେ ପ୍ରସିଦ୍ଧ ପ୍ରାଣୀ ଚିକିତ୍ସକ ଥିଲେ ।

୧୯୪୨ ମସିହାରେ  ଜୟପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସେ । ପରେ ସେ ଓଡିଶା ପଶୁ ଚିକିତ୍ସା ଓ ପ୍ରାଣୀ ଉନ୍ନୟନ ମହାବିଦ୍ୟାଳୟରୁ ୧୯୬୪ ମସିହାରେ ଉତିର୍ଣ୍ଣ ହୋଇ ଓଡିଶା ସରକାରଙ୍କ ପଶୁ ଚିକିତ୍ସା ବିଭାଗରେ ଯୋଗଦେଇଥିଲେ । ୧୯୭୨ ମସିହାରେ  ଡ ସୁରେନ୍ଦ୍ର କୁମାର ରାୟ ସ୍ନାକୋକତ୍ତର ଡିଗ୍ରୀ ହାସଲ କରି ମେଡିସିନ ବିଭାଗର ଅଧ୍ୟାପକ ପଦବୀରେ ଯୋଗଦେଥିଲେ । ଏହା ପରେ ୧୯୭୬ ମସିହାରେ ସେ ଲୁଧିଆନାରେ ଥିବା ପଞ୍ଜାବ କୃଷି ବିଶ୍ୱ ବିଦ୍ୟାଳୟରୁ ପିଏଚ୍ ଚ ଡିଗ୍ରୀ ହାସଲ କରିଥିଲେ ।

୨୦୧୫ ମସିହାରେ ଡି.ଏସ. ସି ଉପାଧିରେ ପାଇଥିଲେ । ୧୯୯୭ ମସିହାରେ ସେ ଓଡିଶା ସରକାରଙ୍କ ପ୍ରାଣୀ ଉନ୍ନୟନ ବିଭାଗର ଡାଇରେକ୍ସର ଭାବେ ନିଯୁକ୍ତି ପାଇଥିଲେ ।୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସୁଚାର ରୂପେ ନିଜ ଦାୟିତ୍ୱ ବହନ କରିଥିେଲେ ସେ ।୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ପ୍ରାଣୀ ଉନ୍ନୟନ ମହାବିଦ୍ୟାଳୟର ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ରୂପେ ଦାୟିତ୍ୱ ତୁଲାଇଥିଲେ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *