ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

Top Storise ରାଜ୍ୟ

ଢ଼େଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଢ଼େଙ୍କାନାଳ କପିଳାସ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଗୋପାଳପୁର ଗାଁର ଫକୀର ନାୟକ ।

ସୂଚନା ଅନୁସାରେ, ଫକୀର ବାହାରକୁ ଯାଇ ଫେରୁଥିବାବେଳେ ଘର ପଛପଟ ବାଡ଼ିରେ ତାଙ୍କୁ ଏକ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଗୋଠ ଛଡ଼ା ଦନ୍ତା ହାତୀର ଉପଦ୍ରବ ରହିଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଭୟବୀତ ଅବସ୍ଥାରେ ଅଛନ୍ତି ।

ହାତୀକୁ ଘଉଡ଼ାଇବାକୁ ଅଞ୍ଚଳବାସୀ ବନ ବିଭାଗକୁ ନିବେଦନ କରିଛନ୍ତି । ଘଟଣାସ୍ଥଳରେ କପିଳାସ ରେଞ୍ଜର ଫରେଷ୍ଟର, ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତୁରନ୍ତ ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *